fbpx

ନାଗରିକତା ସଂଶୋଧନ ଆଇନ, ୩ଟି ବସ୍ ଜାଳିଦେଲେ ବିକ୍ଷୋଭ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫ା୧୨: ଜାମିଆରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଦେଖାଦେଇଛି । ଏନେଇ ୩ଟି ବସକୁ ଜାଳି ଦେଇଛନ୍ତି ପ୍ରଦର୍ଶନକାରୀ । ଏହାସହ ୪ଟି ଦମକଳ ଗାଡ଼ି ଉପରେ ପ୍ରଦର୍ଶନକାରୀ ହମଲା ମଧ୍ୟ କରିଛନ୍ତି । ନିଆଁ ଲିଭାଇବାକୁ ପହଞ୍ଚିଥିଲା ଦମକଳ ଗାଡ଼ି । ଏହାପରେ ପୋଲିସ ମଧ୍ୟ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଯ କରିଥିବା ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ମଧ୍ୟ ଏହି ଆଇନକୁ ନେଇ ସ୍ଥିତି ଅଣଆୟତ ରହିଛି । ସେନେଇ ଟ୍ରେନ ସେବାରେ ବାଧାପ୍ରାପ୍ତ ହେବା ସାଙ୍ଗକୁ ଇଣ୍ଟରନେଟ ସେବା ମଧ୍ୟ କେତେକ ଜାଗାରେ ବନ୍ଦ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ଗତକାଲି ମଧ୍ୟ ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି ।

 

Get real time updates directly on you device, subscribe now.