fbpx

ସିଏଏ ଉପରେ ପର୍ଣ୍ଣ ଷ୍ଟାରର ଫଟୋ ସେୟାର କରି ଟ୍ରୋଲ୍ ହେଲେ ପାକିସ୍ତାନୀ ନେତା

ଇସଲାମାବାଦ,୩୧ ।୧୨: ନାଗରିକତା ସଂଶୋଧନ ଆଇନ ପାସ୍ ହେବା ପରେ ପାକିସ୍ତାନ ଲଭାତାର ଭାରତ ଉପରେ ଆକ୍ରମଣ କରିବାରେ ଲାଗିଛି । ଭାରତର ଅନ୍ତରୀଣ ମାମଲାରେ ବୟାନ ଦେଇ ବାରମ୍ବାର ଟ୍ରୋଲ ହେବାରେ ଲାଗିଛନ୍ତି ପାକିସ୍ତାନୀ ନେତା । ଏବେ ଟ୍ରୋଲର ଶିକାର ହୋଇଛନ୍ତି ପାକିସ୍ତାନର ପୂର୍ବ ଗୃହମନ୍ତ୍ରୀ ରହମାନ ମଲିକ୍ ।

ତେବେ ପାକିସ୍ତାନୀ ନେତା ରହମାନ ଏକ ଟି୍ଟର ଜରିଆରେ ପୂର୍ବ ପର୍ଣ୍ଣଷ୍ଟାର ମିୟା ଖଲିଫାକୁ ବିକ୍ଷୋଭ ପ୍ରଦର୍ଶନକାରୀ ଭାବି ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପାକ୍ ପୂର୍ବ ଗୃହ ମନ୍ତ୍ରୀ ରହମାନ ଭାବିଲେ କି, ପର୍ଣ୍ଣ ଷ୍ଟାର ମିୟା ଖଲିଫା ଭାରତୀୟ ଅଭିନେତ୍ରୀ ଓ ସେ ମୁସଲମାନଙ୍କୁ ସମର୍ଥନ କରୁଛନ୍ତି । ରହମାନଙ୍କ ଏହି ଟ୍ୱିଟରେ ଲୋକମାନେ କମେଣ୍ଟ କରିବାରେ ଲାଗିଲେ । ଫଳରେ ରହମାନଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଲା । ପରେ ରହମାନ ସେୟାର କରିଥିବା ଟ୍ୱିଟକୁ ଆକାଉଣ୍ଟରରୁ ହଟାଇଦେଇଥିଲେ ।

Get real time updates directly on you device, subscribe now.