fbpx
BJD SKY
BJD SKY

ଦେଶରେ ସେମିକଣ୍ଟକ୍ଟର ନିର୍ମାଣ ପାଇଁ ପ୍ରୋତ୍ସାହନକୁ କେନ୍ଦ୍ରର ମଞ୍ଜୁରୀ: ୬ ବର୍ଷରେ ଖର୍ଚ୍ଚ ହେବ ୭୬ ହଜାର କୋଟି

ଖୁଚୁରା ନେଣଦେଣକୁ ପ୍ରୋତ୍ସାହିନ ପାଇଁ ଖର୍ଚ୍ଚ ହେବ ୧୩୦୦ କୋଟି

BJD

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଉତ୍ପାଦନ ହେବ ସେମିକଣ୍ଡକ୍ଟର । ଆଉ ଏମିତି ହେବା ଦ୍ୱାରା ସେମିକଣ୍ଡକର ପାଇଁ ଭାରତ ଚୀନ ଭଳି ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ । ସାରା ବିଶ୍ୱରେ ସେମିକଣ୍ଡକର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦେଶରେ ସେମିକଣ୍ଡକ୍ଟର ତିଆରିକୁ ଉତ୍ସାହିତ କରିବା ପାଇଁ ବୁଧବାର କ୍ୟାବିନେଟ୍ ଏକ ପିଏଲଆଇ ସ୍କିମକୁ ଅନୁମୋଦନ କରିଛନ୍ତି ।

ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସେ କହିଛନ୍ତି ସେମିକଣ୍ଡକ୍ଟର ତିଆରି କରିବାର ବିଶାଳ ଯୋଜନା ପାଇଁ  ଆସନ୍ତା ୬ ବର୍ଷ ମଧ୍ୟରେ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଟେଲିକମ୍ ଏବଂ ଆଇଟି ମନ୍ତ୍ରୀ ଅଶ୍ପିନୀ ବୈଷ୍ଣବ କହିଛନ୍ତି ଏହି ନିଷ୍ପତ୍ତି ଦ୍ୱାରା ମାଇକ୍ରେଚିପ୍ ର ତିଆରି, ଡିଜାଇନ, ପ୍ୟାକିଂ, ପାଇଁ ଏକ ସୁପରିବେଶ ଯୋଗାଇବ ।

ଏହା ସହ କେନ୍ଦ୍ର କ୍ୟାବିନେଟ୍ ଅନ୍ୟ ଏକ ସ୍କିମକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଦେଶରେ ଖୁଚୁରା ଡିଜିଟାଲ ନେଣ ଦେଣକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି । ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଖର୍ଚ୍ଚ ହେବ ୧୩୦୦ କୋଟି । ‘ରୁପେ’ ଡେବିଟ୍ କାର୍ଡ ଓ ‘ଭୀମ୍’ ୟୁପିଆଇ ଜରିଆରେ ନେଣଦେଣକୁ ପ୍ରୋତ୍ସାହନକୁ ମଞ୍ଜୁରୀ ଦେଇଛନ୍ତି ।

Get real time updates directly on you device, subscribe now.