fbpx

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ବଢିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୧୩ ।୩: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସିଏନବିସି ଆୱାଜ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ପୁନଃ ନିର୍ମାଣ ଯୋଜନାକୁ ସରକାର ଅନୁମୋଦନ କରିଛନ୍ତି । ଏହା ସହିତ କରୋନା ଭାଇରସ ଯୋଗୁଁ ଅର୍ଥନୀତିରେ ହୋଇଥିବା କ୍ଷତି ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଏଥି ସହ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ ଖୁସି ଖବର ଆସିଛି । ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବାକୁ ଅନୁମୋଦନ କରିଛନ୍ତି ।

ଗତ ସପ୍ତାହରେ ରାଜ୍ୟସଭାକୁ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଦେଇଥିଲେ କି, ‘ମାର୍ଚ୍ଚ ମାସର ଦରମା ସହିତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହାଙ୍ଗା ଭତ୍ତା ମିଳିବ ।’ ତେବେ ସମଗ୍ର ବିଶ୍ୱରେ କେବଳ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ସରାକରୀ କର୍ମଚାରୀମାନଙ୍କୁ ଭତ୍ତା ଦିଆଯାଏ ।

Get real time updates directly on you device, subscribe now.