fbpx

ଟ୍ରେନରେ ବିନା ଟିକେଟରେ ଯାତ୍ରା କରିପାରିବେ ମହିଳା? TTE ବି ବାହାର କରି ପାରିବେନି

ନୂଆଦିଲ୍ଲୀ: ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଭାରତୀୟ ରେଳ ମଧ୍ୟ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି । ଯାତ୍ରୀମାନଙ୍କ ସମସ୍ତ ପ୍ରକାର ସୁବିଧା ପାଇଁ ରେଲୱେ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ବିଶେଷ କରି ମହିଳା ଯାତ୍ରୀମାନଙ୍କ ପାଇଁ ରେଲୱେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଯଦି ମହିଳା ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଛନ୍ତି, ତେବେ ମଧ୍ୟ ଟିଟିଇ ତାଙ୍କୁ ଟ୍ରେନରୁ ବାହାର କରିପାରିବେ ନାହିଁ । ଭାରତୀୟ ରେଳର ଏଭଳି ଏକ ନିୟମ ମଧ୍ୟ ରହିଛି ।

ଇଣ୍ଡିଆନ୍ ରେଲୱେର ନିୟମ ଅନୁସାରେ, କୌଣସି ମହିଳା ଏକା ଯାତ୍ରା କରୁଛନ୍ତି ଏବଂ ତାଙ୍କ ପାଖରେ ଟିକେଟ ନାହିଁ, ତେବେ ଟିଯିଇ ମହିଳାଙ୍କୁ ଟ୍ରେନରୁ ବାହାର କରିପାରିବେ ନାହିଁ । ତେବେ ମହିଳାଜଣକ ଚାହିଁଲେ ଜରିମାନା ଦେଇ ଆଗକୁ ଯାତ୍ରା କରିପାରିବେ । ତେବେ ଯଦି ମହିଳାଙ୍କ ପାଖରେ ଟଙ୍କା ନଥାଏ କ’ଣ ହେବ? ଏଭଳି ସ୍ଥିତିରେ ମଧ୍ୟ ଟ୍ରେରୁ ମହିଳାଙ୍କୁ ବାହାର କରିପାରିବେ ନାହିଁ ଟିଟିଇ । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୯୮୯ ମସିହାରେ ଏହି ନିୟମ ପ୍ରଣୟନ କରିଛି ଭାରତୀୟ ରେଳ ବିଭାଗ । ଏଥିରେ କୁହାଯାଇଛି ଯେ, ଏକାକୀ ଜଣେ ମହିଳାଙ୍କୁ ଯେ କୌଣସି ଷ୍ଟେସନରେ ଟ୍ରେନରୁ ଓହ୍ଲାଇଦେବା ଉଚିତ ନୁହେଁ ।

ବିନା ଟିକେଟରେ ମହିଳା ଧରା ପଡ଼ିଲେ କ’ଣ ହେବ?

ରେଲୱେର ଜଣେ ଟିଟିଇ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖକୁ ଏଭଳି ମାମଲା ଆସିଲେ ଏ ସମ୍ପର୍କରେ କଣ୍ଟ୍ରୋଲ ରୁମକୁ ଅବଗତ କରାଇଥାଉ । ଏହାସହିତ ମହିଳାଜଣକ କିଭଳି ପରିସ୍ଥିତିରେ ଯାତ୍ରା କରୁଛନ୍ତି, ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥାଉ । ଯଦି ମାମଲାକୁ ନେଇ କୌଣସି ସନ୍ଦେହ ସୃଷ୍ଟି ହୁଏ, ଏ ନେଇ ଜିଆରପିକୁ ମଧ୍ୟ ଅବଗତ କରାଯାଏ । ଏହାପରେ ଜିଆରପି ମହିଳା କନେଷ୍ଟବଳ ଏହି ମାମଲା ଉପରେ ନଜର ରଖିଥାନ୍ତି ।

Get real time updates directly on you device, subscribe now.