fbpx

କୋଭିଡ୍ ଟିକାକୁ ନେଇ କାନାଡାରେ ହଙ୍ଗାମା, ପରିବାର ସହିତ ସିକ୍ରେଟ୍ ସ୍ଥାନକୁ ଚାଲିଗଲେ ପ୍ରଧାନମନ୍ତ୍ରୀ; ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: କାନାଡାରେ କୋଭିଡ୍ ଭାକସିନ୍ ବିରୋଧରେ ଜୋରଦାର୍ ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିଜର ପରିବାର ସହିତ ଘର ଛାଡ଼ି ଦେଇଛନ୍ତି । ରିପୋର୍ଟ ଅନୁସାରେ, ସେ ଏକ ସିକ୍ରେଟ୍ ସ୍ଥାନକୁ ଚାଲିଯାଇଛନ୍ତି । ସୂଚନା ଯେ, ଟୁଡ୍ରୋ ଆମେରିକା ସୀମା ପାର୍ କରିବା ପାଇଁ ଟ୍ରକ୍ ଡ୍ରାଇଭର୍ ମାନଙ୍କର ଟିକାକୁ ବାଧ୍ୟତାମୂଳକ କରିଦେଇଛନ୍ତି । ତେଣୁ ଟ୍ରକ୍ ଡ୍ରାଇଭର୍ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ବିକ୍ଷୋଭକାରୀମାନେ କୋଭିଡ ପ୍ରତିବନ୍ଧକକୁ ଫାସିବାଦ ସହିତ ତୁଳନା କରିଛନ୍ତି । ଶନିବାର ଦିନ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରି ଲୋକମାନେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ସେମାନେ ଅନୁଭବ କରୁଛନ୍ତି ଯେ ଟୀକାକରଣ ବାଧ୍ୟତାମୂଳକ କରିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୁହେଁ, ବରଂ ସରକାରଙ୍କ ଦ୍ୱାରା ବିଭିନ୍ନ ଜିନିଷକୁ ନିୟନ୍ତ୍ରଣ କରିବାର ଏକ ମାଧ୍ୟମ । ଶନିବାର ଦିନ ୫୦ ହଜାର ଟ୍ରକ ଡ୍ରାଇଭର ରାଜଧାନୀ ଓଟୱାଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରି ରହିଥିଲେ ।

Get real time updates directly on you device, subscribe now.