fbpx
BSKY
BJD SHG SKY
BJD YOUTH SKY

ଡାବର ମହୁରେ ରହିଛି କ୍ୟାନସର ସୃଷ୍ଟି କରୁଥିବା କେମିକାଲ: ଲ୍ୟାବ ରିପୋର୍ଟରେ ବଡ଼ ଖୁଲାସା, ଆସିଲା କମ୍ପାନୀର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଅଧିକାଂଶ ଲୋକ ନିଜର ଓଜନ ହ୍ରାସ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ମୁଖ ରୋଗ ଦୂର କରିବା, ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ମହୁକୁ ଉପଯୋଗ କରିଥାନ୍ତି । ତେବେ ଯଦି ଏହି ମହୁ ଆପଣଙ୍କୁ ଫାଇଦା ଦେବା ବଦଳରେ କ୍ଷତି ପହଞ୍ଚାଇବ ତେବେ ଏହା ନିଶ୍ଚିତ ଭାବେ ଏକ ବଡ଼ ଚିନ୍ତାଜନକ ଖବର । ନିକଟରେ ଡାବର ଇଣ୍ଡିଆ ଲିମିଟେଡ ଦ୍ୱାରା ପ୍ରସ୍ତୁତ ମହୁକୁ ନେଇ ଆସିଛି ଏକ ବଡ଼ ଖବର । ଡାବର ମହୁରେ କ୍ୟାନସର ସୃଷ୍ଟି କରୁଥିବା କେମିକାଲ ରହିଥିବା ନେଇ ଦାବି କରଯାଇଛି । ଡାବର ମହୁରେ କାର୍ସିନୋଜେନିକ ମ୍ୟାଟେିରିଆଲ୍ସର ମାତ୍ରା ଆବଶ୍ୟକତା ଠାରୁ ଅଧିକ ରହିଥିବା ଏକ ରିପୋର୍ଟରେ କୁହାଯାଇଛି ।

ତେବେ ଏହି ଦାବି ପରେ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ)ଙ୍କ ଷ୍ଟାଣ୍ଡାର୍ଡ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଉଛି, ଡାବର ମହୁ ସମ୍ପୂର୍ଣ୍ଣ ଶୁଦ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଡାବର ଭଳି ଅନେକ ଦେଶର ଅନେକ ବ୍ରାଣ୍ଡ ଶୁଦ୍ଧ ମହୁ ଦାବି କରି ମିଶ୍ରଣଯୁକ୍ତ ମହୁ ବିକ୍ରି କରୁଛନ୍ତି । ଡାବର ମହୁରେ ହାଇଡ୍ରୋକ୍ସି ମିଥାଇଲ ଫରଫୁରାଲ (ଏଚଏମଏଫ)ର ମାତ୍ରା ମଣିଷ ହଜମ କରିବାର ସୀମାଠାରୁ ଅଧିକ ରହିଥିବା ଏକ ଲ୍ୟାବ ରିପୋର୍ଟରେ ଖୁଲାସା କରାଯାଇଛି ।

କିଛି କମ୍ପାନୀର ମହୁକୁ ଲ୍ୟାବରେ ଟେଷ୍ଟ କରାଯିବା ଫଳରେ ସାମ୍ନାକୁ ଭୟଙ୍କର ରିପୋର୍ଟ ଆସିଥିଲା । ଦେଶର ବହୁ ନାମିଦାମୀ ବ୍ରାଣ୍ଡ ସହିତ ଡାବର କମ୍ପାନୀର ମହୁର ନମୂନାକୁ ଗୁରଗାଓଁର ଫେୟାରଲ୍ୟାବକୁ ପଠାଯାଇଥିଲା । ତେବେ ଏକ ସପ୍ତାହରେ ଲ୍ୟାବରୁ ରିପୋର୍ଟ ଆସିଥିଲା । ତେବେ ଡାବର ମହୁରେ ଏଚଏମଏଫର ମାତ୍ରା ୧୭୬.୫୭ ମିଲିଗ୍ରାମ ଥିବା ଜଣାପଡ଼ିଥିଲା, ଯାହାକି ଧାର୍ଯ୍ୟ ମାନକ ୮୦ ମିଲିଗ୍ରାମ ଠାରୁ ଯଥେଷ୍ଟ ଅଧିକ ଥିଲା । ସାଧାରଣ ଭାବେ ଏଚଏମଏଫ ହେଉଛି ଏକ ପଦାର୍ଥ ଯାହାକି ମିଠା ସାମଗ୍ରୀରେ ରହିଥାଏ । ଶୁଦ୍ଧ ମହୁରେ ଏହାର ମାତ୍ରା ୧୫ ମିଲିଗ୍ରାମ ରହିବା ନେଇ ସ୍ଥିରୀକୃତ ହୋଇଛି । ସେହିପରି ପ୍ରତି କେଜି ମହୁରେ ଏହାର ମାତ୍ରା ୪୦ ମିଲିଗ୍ରାମରୁ ଅଧିକ ନ ରହିବା ପାଇଁ ଅନ୍ତରାଷ୍ଟ୍ରୀୟ ମାନକରେ ସ୍ଥରୀକୃତ ହୋଇଛି ।

Get real time updates directly on you device, subscribe now.