fbpx

Big Breaking; ନିର୍ବାଚନ ମଇଦାନରେ ପ୍ରାର୍ଥୀ ହାତାହାତି: ବୁଥ ଆଗରେ ମାରପିଟ ହେଲେ ପ୍ରଦୀପ-ଶିବଶଙ୍କର

Advertisement

ବ୍ରହ୍ମପୁର: ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । କିନ୍ତୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନରେ ବହୁ ବାଦ ବିବାଦ ଦେଖିବାକୁ ମିଳିଛି । ତେବେ ବ୍ରହ୍ମପୁରରେ ଏକ ଆଶ୍ଚର୍ଯ୍ୟଜନକ ତଥା ଅବିଶ୍ୱସନୀୟ କାଣ୍ଡ ଦେଖାଯାଇଛି । ମତଦାନ ଜାରି ରହିଥିବା ବେଳେ ୨ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହୋଇଥିବା ଘଟଣା ସାମନାକୁ ଆସିଛି । ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ମାରପିଟ ଲାଗି ଯାଇଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ।

ସୂଚନା ଅନୁସାରେ, ବ୍ରହ୍ମପୁର ଗୋଷାଣୀ ନୂଆଗାଁର ବୁଥ ନମ୍ବର ୧୩୩ ଏବଂ ୧୩୪ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପିର ସାଂସଦ ପ୍ରାର୍ଥୀ ଏବଂ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ଏହି ଲଢେଇ ବର୍ତ୍ତମାନ ଓଡ଼ିଶା ନିର୍ବାଚନରେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଥ ସମ୍ମୁଖରେ ପ୍ରଦୀପ ଏବଂ ଶିବଶଙ୍କରଙ୍କ ମଧ୍ୟ ରେ କଥା କଟାକଟି ହେବାରୁ ଏହି ଘଟଣା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଛି । ଶିବଶଙ୍କର ପ୍ରଦୀପଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଆହତ ମଧ୍ୟ ହୋଇଛନ୍ତି । ତାଙ୍କ ବେକ ଏବଂ ଛାତିରେ ଆଘାତ ଲାଗିଥିବା ଜାଣିବାକୁ ମିଳିଛି । ସେପଟେ ଏହି ମାମଲା ଥାନାରେ ପହଞ୍ଚିବା ପରେ ବିଧାୟକ ପ୍ରାର୍ଥୀ ଶିବଶଙ୍କରଙ୍କୁ ଅଟକ ରଖିଛି ଗୋଷାଣୀ ନୂଆଗାଁ ଥାନା ପୋଲିସ । ଏହାପରେ ଶିବଶଙ୍କରଙ୍କ ସମର୍ଥକ ଥାନା ଆଗରେ ଧାରଣା ଦେଇଛନ୍ତି । ଶିବଶଙ୍କରଙ୍କୁ ଛାଡ଼ିବା ପାଇଁ ଦାବି କରି ଧାଣାରେ ବସିଛନ୍ତି ସମର୍ଥକ । ଉଭୟଙ୍କ ସମର୍ଥକ ଥାନା ଘେରାଉ କରିଥିବା ବେଳେ ମାମଲା ଏବେ ଉତ୍ତେଜନାମୂଳକ ସାବ୍ୟସ୍ତ ହୋଇଛି ।

Get real time updates directly on you device, subscribe now.