fbpx
BSKY
BJD YOUTH SKY
BJD MS SKY

ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍‌, ୪ଗୁଣା ବୃଦ୍ଧି ପାଇବ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର; ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ହସ୍ପିଟାଲର ଶଯ୍ୟା ସଂଖ୍ୟା ୪ଗୁଣା ବୃଦ୍ଧି ପାଇବ । ଏଥିଲାଗି ପଟିଆ-ଚନ୍ଦ୍ରଶେଖରପୁର-ଗାଡ଼କଣ ଅଞ୍ଚଳରେ ୩୫ ଏକର ଜାଗା ଯୋଗାଇଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି। ରାଜଧାନୀରେ ସ୍ୱାସ୍ଥ୍ୟ ସ୍ୱତନ୍ତ୍ର ଭିତ୍ତିଭୂମି ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।

ସୂଚନା ଯୋଗ୍ୟ, ଆରମ୍ଭରୁ ୟୁନିଟ୍‌-୬ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲ୍‌ ରହିଛି। ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ସଂଖ୍ୟାର ରୋଗୀ ଆସିଥାନ୍ତି । ଏହି ଅଞ୍ଚଳ ଉଚ୍ଚ ସୁରକ୍ଷା ବଳୟ ଭିତରେ ମଧ୍ୟ ରହିଛି। ଅନ୍ୟପଟେ ବିମାନବନ୍ଦର, ସଚିବାଳୟ, ବିଧାନସଭା, ଭିଆଇପି କ୍ଵାର୍ଟର୍ସ, ଓୟୁଏଟି ଆଦି ଲାଗି ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତା ସବୁବେଳେ ଜାମ୍ ରହୁଛି। ଆଗକୁ ଯଦି କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମିକୁ ବଢ଼ାଯାଏ, ତେବେ ଏହି ଅଞ୍ଚଳରେ ଟ୍ରାଫିକ୍ କ୍ଷେତ୍ରରେ ଏକ ବିରାଟ ସମସ୍ୟା ସୃଷ୍ଟି ହେବ। ଏଣୁ ଏହି ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଥିବା କୁହାଯାଉଛି ।

Get real time updates directly on you device, subscribe now.