fbpx

୨୦୨୦ରେ ହେବ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ

ଭୁବନେଶ୍ୱର,୩୦ ।୧୧(ଓଡିଶା ଭାସ୍କର): ଆସନ୍ତା ୨୦୨୦ରେ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଚାଲିବ ଏହି କନକ୍ଲେଭ । ଏନେଇ ଆଜି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡିଶା ହେବ ଚଳଚ୍ଚିତ୍ର ସୁଟିଂର ହବ୍ । ଏନେଇ ଆଜି ଓଡିଶା ଚଳଚ୍ଚିତ୍ର ନିଗମର ସ୍ୱତନ୍ତ୍ର ୱେବସାଇଟ୍ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନାର ସମ୍ପ୍ରସାରଣ ହେବ । ଏଥିରେ ୧୯୯୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଯାଜପୁରରେ ଇ-ଭେଇକିଲ୍ ଆସେମ୍ବଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଶ୍ରୀସିମେଣ୍ଟ ଓଡିଶାରେ କାରଖାନା କରିବ ବୋଲି ଜଣାପଡିଛି । ଭିତ୍ତିପ୍ରସ୍ତର ଦିଆଯାଇଥିବା ୨୨ଟି ଶିଳ୍ପରେ ୬୧୦୦ କୋଟି ନିବେଶ ହେବ ।

Get real time updates directly on you device, subscribe now.