fbpx

ନଦୀକୁ ଖସିଲା ବରଯାତ୍ରୀଙ୍କୁ ଧରି ଆସୁଥିବା କାର୍, ଯୁବତୀଙ୍କ ସହିତ ୪ ମୃତ

AAKASH

ସିମଳା: ହିମାଚଳ ପ୍ରଦେଶର ସିମଳା ଜିଲ୍ଲା ରାମପୁରରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ପୋଲିସ ଗାଡି ମଧ୍ୟରୁ ସମସ୍ତ ମୃତଦେହ କାଢି ବାହାର କରିଛି ।

ଆଜି ସକାଳେ ସିମଳାରୁ ୧୦୦ କିଲୋମିଟର ଦୂର ରାମପୁରର କଲେଡା-ମଝେବଟୀ ସଡକ ମାର୍ଗର ଶଲୁନ କେଞ୍ଚି ଠାରେ ଏକ କାର୍ ନଦୀ ମଧ୍ୟକୁ ଖସି ପଡିଥିଲା । କାରରେ ମୋଟ ୫ ଜଣ ଲୋକ ବସିଥିଲେ ଯେଉଁମାନଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କର ପରିଚୟ ମିଳିପାରି ନାହିଁ । ତେବେ କୁହାଯାଉଛି ସମସ୍ତ ଯାତ୍ରୀ ଏକ ବାହାଘରରେ ଭାଗ ନେଇ ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । କିନ୍ତୁ କିପରି ଏହି ଦୁର୍ଘଟଣା ଘଟିଲା ସେ ସମ୍ବନ୍ଧରେ କିଛି ଜଣାପଡିନାହିଁ ।

ରାମପୁର ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି । ସମସ୍ତ ମୃତକଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ରହିଛି । ଏହି ଦୁର୍ଘଟଣ।ରେ ଜଣେ ଯୁବତୀଙ୍କର ବି ମୃତ୍ୟୁ ହୋଇଛି । ସମସ୍ତେ ଏକ ଅଲଟୋ କାର୍ ରେ ବସି ବରଯାତ୍ରୀ ଭାବରେ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ଏବଂ ସକାଳେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.