fbpx

ଜୁଲାଇ ୨୧ରେ ପ୍ରିଲିମ୍ସ: ଆୟୁର୍ବେଦିକ ଆସିଷ୍ଟାଣ୍ଟ, କେୟାର ଟେକର, ୟୁନାନି ଆସିଷ୍ଟାଣ୍ଟ, ଅମିନ ପରୀକ୍ଷା ତାରିଖ ଘୋଷଣା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସରକାରଙ୍କ ୬ଟି ବିଭାଗରେ ଏହି ସମସ୍ତ ପଦ ପୂରଣ ହେବାକୁ ଥିବା ବେଳେ ଏହା ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ମୁତାବକ, ଜୁଲାଇ ମାସ ୨୧ ତାରିଖରେ ଏହି ସମସ୍ତ ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ବାବଦରେ ସବିଶେଷ ସୂଚନା ପରବର୍ତ୍ତୀ ସମୟରେ ଜାରି କରଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି । ଗତ ଏପ୍ରିଲ ୨୫ରୁ ମେ ୨୪ ମଧ୍ୟରେ ଏହି ସମସ୍ତ ପଦ ପାଇଁ ଅନଲାଇନରେ ଆବେଦନ କରାଯାଇଥିଲା ।

ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ/ କାଉନସିଲ / ୟୁନିଭରସିଟିରୁ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିଥିବା ପ୍ରାର୍ଥୀମାନେ ହୋମିଓପାଥିକ ଆସିଷ୍ଟାଣ୍ଟ ଓ ୟୁନାନୀ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରିଥିଲେ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୩୮ ବର୍ଷ ମଧ୍ୟରେ ରହିଥିଲା । ସେହିପରି କେୟାର ଟେକର ପାଇଁ ଯୁକ୍ତ ଦୁଇ ପାସ କରିବା ସହିତ ବୟସ ୨୧ରୁ ୩୮ ମଧ୍ୟରେ ହୋଇଥିବା ପ୍ରାର୍ଥୀମାନେ ଆବେଦନ କରିଥିଲେ । ଅମିନ ପଦ ପାଇଁ କଳା/ ବିଜ୍ଞାନ / ବାଣିଜ୍ୟରେ ଯୁକ୍ତ ଦୁଇ ପାସ କରିବା ସହିତ ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ପ୍ରାର୍ଥୀମାନେ ଆବେଦନ କରିଥିଲେ । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ଆଦି ୩ଟି ପର୍ଯ୍ୟାୟରେ ଯୋଗ୍ୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.