fbpx

ଦେଶରେ କରୋନା ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ, ୭ା୩: କରୋନା ଭାଇରସକୁ ନେଇ ସାରା ବିଶ୍ୱର ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହି ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଗତକାଲି ଦେଶରେ କରୋନା ସଂଖ୍ୟା ୩୧ଥିବା ବେଳେ ଆଜି ଆଉ ୩ଜଣ ଆକ୍ରାନ୍ତଙ୍କ ସୂଚନା ମିଳିଛି । ସେମାନେ ଇରାନରୁ ଫେରିଥିବା ଲଦାଖର ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମାନରୁ ଫେରିଥିବା ତାମିଳନାଡ଼ୁର ଜଣେ ବ୍ୟକ୍ତି ସଙ୍କ୍ରମିତ ହୋଇଥିବା ସୂଚନା ମିଳିଛି । କରୋନା ଭାଇରସରେ ଚୀନରେ ୩୨୦୦ରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁବରଣ କରିସାରିଲେଣି ।

Get real time updates directly on you device, subscribe now.