fbpx

Video : ଧୂଳି ଝଡ଼ ଯୋଗୁଁ ପବନରେ ଉଡ଼ିଲା କାର, ୧୦୦ଟି ଗାଡି ପରସ୍ପର ମଧ୍ୟରେ ଧକ୍କା, ୬ ଜଣଙ୍କର ମୃତ୍ୟୁ

ୱାଶିଂଟନ୍: ସୋମବାର ଦିନ ଆମେରିକାରେ ଧୂଳି ଝଡ଼ ହଇଚଇ ସୃଷ୍ଟି କରିଥିଲା। ଏଥି ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଧୂଳି ଝଡ଼ ଯୋଗୁଁ ଆମେରିକାର ରାଜପଥରେ କିଛି ଦେଖା ନ ଯିବାରୁ ପ୍ରାୟ ୧୦୦ ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇଲିନୋଇସ୍ ଷ୍ଟେଟ୍ ପୋଲିସ୍ ଏକ ବିବୃତ୍ତିରେ କହିଛି ଯେ ପ୍ରାୟ ୫୦-୬୦ ଯାତ୍ରୀବାହୀ ଗାଡି ଏବଂ ୩୦ ଟି କମର୍ସିଆଲ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ୫୫ ନମ୍ବର ରାଜପଥରେ ଦୁଇ କିଲୋମିଟର ଦୂରରେ ଘଟିଥିବା ଦୁର୍ଘଟଣା ଯୋଗୁଁ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା। ଏହି ରାଜପଥ ହେଉଛି ଏକ ପ୍ରମୁଖ ମାର୍ଗ ଯାହା ଚିକାଗୋ ଏବଂ ସେଣ୍ଟ୍ ଲୁଇସ୍ ଭଳି ସହରକୁ ସଂଯୋଗ କରେ । ପୋଲିସ କହିଛି ଯେ ୩୦ ରୁ ଅଧିକ ଲୋକଙ୍କୁ ଆହତ ହୋଇ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ବୟସ ୨ରୁ ୮୦ ବର୍ଷ ମଧ୍ୟରେ ରହିଛି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଧୁଆ ଓ ଧଳି ଯୋଗୁଁ ଗାଡି ଗୁଡିକ ପରସ୍ପରମ ମଧ୍ୟରେ ଧକ୍କା ହୋଇ ରାସ୍ତାରେ ପଡିଛି । ଏହି ଘଟଣା ପରେ ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ୨୦୨୧ ମସିହାରେ ଏକ ସମାନ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେତେବେଳେ ଏକ ଧୂଳିଝଡ଼ ଯୋଗୁଁ ୨୨ ଗାଡି ଦୁର୍ଘଟଣା ହୋଇଥିଲା ।

Get real time updates directly on you device, subscribe now.