fbpx
BJD SKY
BJD SKY

ଆଲିୟା ଭଟ୍ଟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ, ଜାଣନ୍ତୁ ପୂରା ମାମଲା

BJD

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ଚର୍ଚ୍ଚାରେ ରହିଛି । ରଣବୀର କପୁରୀଙ୍କ ସହିତ ତାଙ୍କ ବିବାହ ଓ “କନ୍ୟାଦାନ”କୁ ନେଇ କରାଯାଇଥିବା ଏକ ବ୍ରାଇଡେଲ୍ ବ୍ରାଣ୍ଡର ବିଜ୍ଞାପନକୁ ନେଇ ସେ ଏବେ ଚର୍ଚ୍ଚାର ଶିଖରରେ ରହିଛନ୍ତି । ତେବେ ଜଣେ ବ୍ୟକ୍ତି ଏହି ବିଜ୍ଞାପନରେ ଏତେ କ୍ଷୁବ୍ଧ ହୋଇଗଲା ଯେ, ସେ ଆଲିୟା ଭଟ୍ଟଙ୍କ ବିରୋଧରେ ମୁମ୍ବାଇର ସାଣ୍ଟାକ୍ରୁଜ୍ ଥାନାରେ ଅଭିଯୋଗ କରିଛି । ପୂର୍ବରୁ ବି “କନ୍ୟାଦାନ” ନେଇ ବିବାଦ ରହି ଆସିଛି । ହେଲେ ଏହା ଉପରେ ଆଲିୟା ନିଜର ବିଚାର ରଖି ଅଡ଼ୁଆରେ ପଡ଼ିଯାଇଛନ୍ତି । ଲୋକଙ୍କୁ ତାଙ୍କ ବିଚାର ଆଦୌ ଠିକ୍ ଲାଗିନି ।

ସୂଚନା ମୁତାବକ, ଅଭିଯୋଗକାରୀ ଆଲିୟା ଭଟ୍ଟ ନିକଟରେ ଶୁଟ୍ କରିଥିବା ବ୍ରାଇଡେଲ୍ ବିୟର୍ ବ୍ରାଣ୍ଡ୍ ର ବିଜ୍ଞାପନ ବିରୋଧରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକାରୀଙ୍କ କହିବା କଥା ଯେ, ଆଲିୟା ଭଟ୍ଟ ହିନ୍ଦୁ ଭାବନାକୁ ଆହତ କରିଛନ୍ତି ଏବଂ କନ୍ୟାଦାନକୁ ଭୁଲ୍ ଅର୍ଥରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ତେବେ ଏହି ମାମଲାରେ ମାନ୍ୟବର୍ କମ୍ପାନୀ ଏବଂ ଆଲିୟା ଭଟ୍ଟଙ୍କ ନାମରେ ଅଭିଯୋଗ କରାଯାଇଛି ।

କଣ ରହିଛି ପୂରା ମାମଲା

ସୂଚନାଯୋଗ୍ୟ, ବିଜ୍ଞାପନରେ ଦେଖାଯାଇଛି ଯେ, ଆଲିୟା ଭଟ୍ଟ କନ୍ୟା ବେଶରେ ସଜେଇ ହୋଇଛନ୍ତି ଓ ମଣ୍ଡପ ଉପରେ ବସିଛନ୍ତି । ଏହି ସମୟରେ ନିଜର ବାପ ଘର କଥା ମନେ ପକାଇ ଇମୋସନାଲ୍ ହୋଇପଡ଼ୁଛନ୍ତି । ଏହାସହିତ ବାପାମାଆଙ୍କ ଠାରୁ ପାଇଥିବା ସଂସ୍କାର ସବୁ ବିଷୟରେ କହିବା ସମୟରେ ଆଲିୟା କନ୍ୟାଦାନ ପରମ୍ପରା ଉପରେ ପ୍ରଶ୍ନ ଉଠାଉଛନ୍ତି । ଯାହାକି ଲୋକମାନଙ୍କୁ ଆଦୌ ପସନ୍ଦ ଆସିନାହିଁ ।

 

Get real time updates directly on you device, subscribe now.