ଏଣିକି ଘରେ ହେବ କ୍ୟାସ୍ ଡେଲିଭରୀ

0 667

କରୋନା ଭାଇରସରୁ ରକ୍ଷାପାଇବା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି । ତୃତୀୟ ପର୍ଯ୍ୟାୟ ଲକ୍-ଡାଉନ ମେ ୧୭ରେ ଶେଷ ହେବା ସହ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନ୍ ଆରମ୍ଭ ହେବ । କିନ୍ତୁ ଏହା ତୃତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ଠାରୁ କିଛିଟା ଅଲଗା ହେବ । ତେବେ ଲକ୍-ଡାଉନ୍ ସମୟରେ ଘରୁ ବାହାରିବା ଅସମ୍ଭବ ହୋଇପଡିବ । ଏପରି ପରିସ୍ଥିତିରେ ଟଙ୍କା ଉଠାଇବାକୁ ଏଟିଏମ୍ ଯିବା ବି ବିପଦପୂର୍ଣ୍ଣ । ଏହି ସମସ୍ୟାର ସମାଧାନ କରିବା ପାଇଁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବୟସ୍କ ଓ ଦିବ୍ୟାଙ୍ଗ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଘରେ ଟଙ୍କା ଡେଲିଭରୀ କରିବାର ଯୋଜନା ଆରମ୍ଭ କରିଛି । ଫଳରେ ମହାମାରୀ ସମୟରେ ଆଉ ଘରୁ ବାହାରକୁ ଯିବାକୁ ପଡିବନାହିଁ । ଏହି ସେବା ମାଧ୍ୟମରେ ଆପଣ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଏକ ଅନୁରୋଧ ପଠାଇବେ ଓ ଟଙ୍କା ଆପଣଙ୍କ ଘରେ ଡେଲିଭରୀ ହୋଇଯିବ ।

Leave A Reply

Your email address will not be published.