fbpx
BJD SKY
BJD SKY

ICMR ସହାୟତାରେ ପ୍ରସ୍ତୁତ ହେଲା ‘କାଜୁ ସୁରକ୍ଷା’ ଆପ: ଚିହ୍ନଟ ହେବ ୨୦ ପ୍ରକାର ରୋଗ ଓ ୬୦ଟି କୀଟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଜୁ ବାଦାମ ଚାଷୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଚାଷୀମାନେ ନିଜ ନିଜର ମୋବାଇଲ ଫୋନରେ କାଜୁ ସୁରକ୍ଷା ଆପକୁ ଇନଷ୍ଟଲ କରି ବିଭିନ୍ନ ପ୍ରକାରର ସହାୟତା ପାଇ ପାରିବେ । ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏମଆର) ଅଧିନରେ କାର୍ଯ୍ୟ କରୁଥିବା କାଜୁ ଗବେଷଣା ନିର୍ଦ୍ଦେଶାଳୟ (ଡିସିଆର) ପୁଟୁର କର୍ଣ୍ଣାଟକ ପକ୍ଷରୁ କାଜୁ ସୁରକ୍ଷା ଆପ୍ ପ୍ରସ୍ତୁତ କରାଯାଇଛି ।

ଏହି ଆପ ସହାୟତାରେ ଚାଷୀମାନେ କୀଟ ଓ ରୋଗର ଫଟୋ ଅପଲୋଡ କରିବା ମାତ୍ରକେ ତା’ର ନିରାକରଣ ସମ୍ବନ୍ଧୀୟ ସୂଚନା ଚାଷୀଙ୍କୁ ଆଞ୍ଚଳିକ ଭାଷାରେ ମିଳିପାରିବ । ଏହି ଆପଟି ଓଡ଼ିଆ, ଇଂରାଜୀ, ହିନ୍ଦି ସମେତ ମୋଟ ୧୧ଟି ଭାଷାରେ ଉପଲବ୍ଧ ରହିଛି । ଅଧିକ ସୂଚନା ପାଇବା ପାଇଁ ଚାଷୀମାନେ ସିଧାସଳଖ ବିଶେଷଜ୍ଞଙ୍କ ସହିତ କଥା ହୋଇ ପାରିବେ । ବୈଜ୍ଞାନିକମାନେ କୃଷିକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ଉପଯୋଗ କରି ଅଧିକ ଗବେଷଣା ଚଳାଇଛନ୍ତି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଗବେଷଣା ନିର୍ଦ୍ଦେଶାଳୟର ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପର କନିଷ୍ଠ ବୈଜ୍ଞାନିକ ଡ. କବିତା ସେଠି ଏହି ଆପ ପ୍ରସ୍ତୁତି ଟିମରେ ରହିଛନ୍ତି । ଏହି ଆପରେ ୬୦ଟି କୀଟ, ୨୦ ପ୍ରକାରର ରୋଗ ଓ ୧୦ଟି ପୁଷ୍ଟିସାର ଜନିତ ସମସ୍ୟାକୁ ଅତି ସହଜରେ ଚିହ୍ନଟ କରାଯାଇପାରିବ । ପ୍ରାଥମିକ ଅବସ୍ଥାରେ ଏହା ୬ଟି କୀଟ ଓ ଗୋଟିଏ ରୋଗ ଚିହ୍ନଟ କରିପାରୁଥିବା ବେଳେ ଆଗକୁ ଏହାକୁ ବଢ଼ାଇବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି ।

Get real time updates directly on you device, subscribe now.