fbpx

କମ୍ ଉଚ୍ଚତାରେ ବିଦ୍ୟୁତ ତାର ଥିବାରୁ ଜଳିଗଲା ବସ୍: ରିପୋର୍ଟରୁ ଖୁଲାସା

ବ୍ରହ୍ମପୁର,୯ ।୨(ଓଡିଶା ଭାସ୍କର): ଆଜି ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି ଏକ ବରଯାତ୍ରୀ ବସ୍ । ନିୟମ ଠାରୁ କମ୍ ଉଚ୍ଚାରେ କେଭି ତାର ଥିବାରୁ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗ ଟିମର ଯାଞ୍ଚ ପରେ ଏହାର ଖୁଲାସା ହୋଇଛି । ବିଦ୍ୟୁତ ବିଭାଗର ସୂଚନା ମୁତାବକ, ବିଦ୍ୟୁତ ତାର ମାତ୍ର ୩.୧୪ ମିଟର ଉଚ୍ଚରେ ଥିଲା । ନିୟମ ଅନୁସାରେ ବିଦ୍ୟୁତ ତାର ୬.୧ ମିଟର ଉଚ୍ଚରେ ରହିବା କଥା ।’

ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମ ନିକଟସ୍ଥ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିିଥିଲା । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥଲା । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ  ୯ଜଣଙ୍କର ମୃତ୍ୟୁ ହୋଇଥିଲା  । ଅନ୍ୟ ୨୫ ଜଣ ଗୁରୁତରମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଓ ନିଜ ଗାଡ଼ିରେ ଆହତଙ୍କୁ ମେଡ଼ିକାଲ ପଠାଇଛନ୍ତି ଜିଲ୍ଲାପାଳ । ଘଟଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି ଉପସ୍ଥିତ ରହିଥିଲେ । ଡଙ୍କଲପାଟୁରୁ ଚିକରଡ଼ାକୁ ଯାଉଥିବା ବେଳେ ଏହିପରି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.