fbpx

କାହିଁକି ବଢିଥାଏ ଓଜନ, ଜାଣନ୍ତୁ କାରଣ

ପ୍ରତ୍ୟେକ ନିଜ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ସେ ବାବଦରେ ଜାଣିରଖିବା ଉଚିତ। ଶରୀରରେ ମେଦ ବୃଦ୍ଧି ହେଲେ ବିଭିନ୍ନ ରୋଗକୁ ନିମନ୍ତ୍ରଣ ମିଳେ। ଓଜନ ବଢ଼ିବାର ଅନ୍ୟତମ ମୁଖ୍ୟ କାରଣମାନ ହେଲା..

– ତେଲମସଲା ଖାଦ୍ୟ ଖାଇବା ପରିବର୍ତ୍ତେ ବରଂ ପ୍ରୋଟିନ୍‌ଯୁକ୍ତ ଭୋଜନ କରିବାକୁ ଗୁରୁତ୍ବ ଦିଅନ୍ତୁ। ନିଜ ଖାଦ୍ୟ ତାଲିକାରେ ସବୁଜ ପନିପରିବା, ଡାଲି ଇତ୍ୟାଦି ସାମିଲ କଲେ ଲାଭ ମିଳେ। ଫାଇବର୍‌ଯୁକ୍ତ ଭୋଜନ କଲେ ଆମ ଓଜନ ନିୟନ୍ତ୍ରଣରେ ରହେ।

– ଶୋଇବାରେ ନିର୍ଦିଷ୍ଟ ସମୟ ରଖନ୍ତୁ। ଅନିଦ୍ରା ହେଲେ ମଧ୍ୟ ଓଜନ ବଢ଼ୁଥିବାର ଅନୁଧ୍ୟାନରୁ ପ୍ରମାଣିତ ହୋଇଛି। ଅନିଦ୍ରା ରହିଲେ ଶରୀରକୁ ବାରମ୍ବାର ଭୋକ ଲାଗେ, ଯାହା କାରଣରୁ ଆମେ ବିିଭିନ୍ନ ପ୍ରକାର ସ୍ନାକ୍ସ ଖାଉ। ଏସବୁ ଖାଇଲେ ହିଁ ଓଜନ ବଢ଼େ।

– ଅନ୍ୟପାଖେ ବିଳମ୍ବିତ ରାତିରେ ଶୋଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା କାରଣରୁ ଜଣେ ବ୍ୟକ୍ତିର ଦିନଚର୍ଯ୍ୟା ବାଧାପ୍ରାପ୍ତ ହୋଇଥାଏ। ନିଦ ଠିକ୍ ଭାବେ ନ ହେବା କାରଣରୁ ଆମ ଖାଇବା-ପିଇବାର ସମୟ ପରିବର୍ତ୍ତନ ହୋଇ ଓଜନ ବଢ଼େ।

– ରାତ୍ରିଭୋଜନ ପରେ ବିସ୍କୁଟ୍, କୋଲ୍ଡଡ୍ରିଙ୍କସ୍, ଚକୋଲେଟ୍ କିମ୍ବା ଅନ୍ୟ କୌଣସି ପ୍ୟାକେଟ୍ ଖାଦ୍ୟ ଖାଆନ୍ତୁ ନାହିଁ।

– ରାତ୍ରିଭୋଜନ କରିବାର ତୁରନ୍ତ ପରେ ଶୋଇବା ଉଚିତ୍ ନୁହେଁ। ୨୦-୩୦ ମିନିଟ୍ ଚଲାବୁଲା କରି ଶୋଇବା ଭଲ। ଏଇ ଉପାୟରେ ଆପଣଙ୍କ ଖାଦ୍ୟ ଭଲଭାବେ ହଜମ ହେବା ସହ ଶରୀରରେ ଫ୍ୟାଟ୍ ଜମିନଥାଏ ବୋଲି ବିଶେଷଜ୍ଞଙ୍କ ମତ।

Get real time updates directly on you device, subscribe now.