fbpx
BSKY
BJD MC SKY
BJD YOUTH SKY

ଦେଶର ୧୦ଟି ରାଜ୍ୟରେ ପ୍ରବେଶ କରିପାରିବନି CBI: ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ଜରୁରୀ, କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ନିକଟରେ ତାମିଲନାଡ଼ୁ ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ)କୁ ଦିଆଯାଉଥିବା ‘ସାଧାରଣ ସହମତି’କୁ ପ୍ରତ୍ୟାହାର କରିନେଇଛନ୍ତି । ଏହାଫଳଳରେ ଏଣିକି ତାମିଲନାଡ଼ୁରେ କୌଣସି ମାମଲାର ଯାଞ୍ଚ ପାଇଁ ସବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ପୂର୍ବରୁ ୯ଟି ରାଜ୍ୟ ସିବିଆଇକୁ ନିଜ ରାଜ୍ୟରେ ନିଷେଧ କରିସାରିଥିବା ବେଳେ ଏହି କ୍ରମରେ ଯୋଡ଼ି ହୋଇଛି ତାମିଲନାଡ଼ୁ ।

ତେବେ ଏଠାରେ ପ୍ରଶ୍ନଉଠେ, କୌଣସି ରାଜ୍ୟରେ ଯାଞ୍ଚ ପାଇଁ ସିବିଆଇକୁ କାହିଁକି ଅନୁମତି ନେବାକୁ ପଡ଼ିଥାଏ । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାମିଲନାଡ଼ୁ ଅବକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ (ଡିଏସପିଇ) ଆକ୍ଟ, ୧୯୪୬ ଅନୁସାରେ ଏବେ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ତାମିଲନାଡ଼ୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ।

ଆଇନର ଧାରା ୬ ଅନୁସାରେ ସିଆଇକୁ କୌଣସି ମାମଲାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବା ଜରୁରୀ । ‘ସାଧାରଣ ମହମତି’ ମିଳିବା ଫଳରେ ସିବିଆଇ ଯେ କୌଣସି ରାଜ୍ୟରେ ଯେ କୌଣସି ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିପାରିବ । ‘ସାଧାରଣ ସହମତି’କୁ ନେଇ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ । ଅତି ଛୋଟ ମାମଲାର ଯାଞ୍ଚ ପାଇଁ ମଧ୍ୟ ସିବିଆଇକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିଥାଏ । ଯଦି କୌଣସି ରାଜ୍ୟ ସରକାର ‘ସାଧାରଣ ସହମତି’ ପ୍ରତ୍ୟାହାର କରି ନିଅନ୍ତି, ତେବେ ସିବିଆଇ ଉକ୍ତ ରାଜ୍ୟର କୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ମଧ୍ୟ ଦାୟର କରିପାରିବ ନାହିଁ ।

ପୂର୍ବରୁ ଝାଡ଼ଖଣ୍ଡ, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ମେଘାଳୟ, ଛତିଶଗଡ଼, କେରଳ, ମିଜୋରାମ, ରାଜସ୍ଥାନରେ ସିବିଆଇ ଏଣ୍ଟ୍ରି ବ୍ୟାନ ହୋଇଥିଲା । ଏବେ ୧୦ମ ରାଜ୍ୟ ଭାବେ ତାମିଲନାଡ଼ୁ ଏହି ନିଷ୍ପତ୍ତି ନେଇଛି । ଯେଉଁ ରାଜ୍ୟରେ ସିବିଆଇକୁ ‘ସାଧାରଣ ସହମତି’ ପ୍ରଦାନ କରାଯାଇନାହିଁ, ସେଠାରେ ଡିଏସପିଇ ଆକ୍ଟର ଧାରା ୬ ଅନୁସାରେ ରାଜ୍ୟ ସରକାରଙ୍କ ବିଶେଷ ସହମତି ଜରୁରୀ ହୋଇଥାଏ । କେବଳ ସିବିଆଇକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ୁଥିବା ବେଳେ ନିଆ ଇଡିକୁ ଅନୁମତି ନେବାକୁ ପଡ଼ିନଥାଏ । ନିଆ ଓ ଇଡି ଯେ କୌଣସି ରାଜ୍ୟକୁ ଯାଇ ଯେ କୌଣସି ମାମଲାର ଯାଞ୍ଚ କରିପାରିବେ ।

Get real time updates directly on you device, subscribe now.