fbpx

ଦିଦିଙ୍କୁ ଝଟକା, ବଙ୍ଗଳା ପୋଲିସ ନୁହେଁ ସିବିଆଇ କରିବ ବୀରଭୂମ ହିଂସାକାଣ୍ଡର ତଦନ୍ତ: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଗତ ୨୧ ତାରିଖରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) କରିବ । କୋଲକାତା ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଏପ୍ରିଲ ୭ ସୁଦ୍ଧା ଏହାର ପ୍ରୋଗ୍ରେସ ଫାଇଲ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି । ପୂର୍ବରୁ ହାଇକୋର୍ଟ ସିବିଆଇ ଯାଞ୍ଚ ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନହିତ ୟାଚିକା ଦାୟର କରାଯାଇଛି । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରାଯିବାକୁ ଦାବି କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହା ଦାଖଲ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଭାଦୁ ଶେଖଙ୍କୁ ବୋମାମାଡ଼ କରି ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ପ୍ରତିହିଂସା ସ୍ୱରୂପ ୨ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କୁ ଜୀଅନ୍ତା ଜାଳି ମାରି ଦିଆଯାଇଥିଲା । ଏହି ଘଟଣାରେ ଏବେ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଥିବା ବେେଳେ ଟିଏମସି ଓ ବିଜେପି ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି । ତେବେ ଏହି ଘଟଣାର ଫୋରେନସିକ୍ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି । ଜୀଅନ୍ତା ଜାଳିବା ପୂର୍ବର ୮ ଜଣ ମୃତକଙ୍କୁ ନିର୍ମମ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.