fbpx

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ, ୧୪ା୭: ଆସନ୍ତାକାଲି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ । ଏଥିସହିତ ସେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଚଳିତବର୍ଷ ୧୭ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧୯ ମଧ୍ୟରେ ପରୀକ୍ଷା ହୋଇଥିଲା । କରୋନା ପାଇଁ ମାର୍ଚ୍ଚ ୨୦ରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ ଗତକାଲି ସିବିଏସଇର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତଥର ଦ୍ୱାଦଶରେ ୧୧ଲକ୍ଷ ୯୨ହଜାର ୯୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦ଲକ୍ଷ ୫୯ହଜାର ୮୦ଜଣ ପାସ ହୋଇଥିଲେ ।

Get real time updates directly on you device, subscribe now.