fbpx

‘High Alert’ ଜାରି କଲା କେନ୍ଦ୍ର: ସନ୍ଦିଗ୍ଧ E-mail ପାଇବା ପରେ ସତର୍କବାଣୀ

ନୂଆଦିଲ୍ଲୀ: ବାରମ୍ବାର ବୋମା ବିସ୍ଫୋରଣ ଆତଙ୍କକୁ ନେଇ ଫୋନ୍ କଲ୍ ଏବଂ ଇ-ମେଲ ପାଇବା ପରେ ସଜାଗ ହୋଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ସରକାରୀ ଅଫିସ ତଥା କର୍ମଚାରୀ ଏଭଳି କଲ୍ ବା ମେସେଜ ଇତ୍ୟାଦିକୁ ଗୁରତର ସହ ନେଇଛନ୍ତି । ତେବେ ମଙ୍ଗଳବାର ଅନେକ କେନ୍ଦ୍ର ସରକାରୀ କର୍ମଚାରୀ ଏକ ସନ୍ଦିଗ୍ଧ ଇ-ମେଲ ପାଇଛନ୍ତି । ଏସବୁ ଘଟଣାର ତଦନ୍ତ କରିବା ପାଇଁ ଏହି ଇ-ମେଲ ଜରିଆରେ କୁହାଯାଇଛି । ବିଭିନ୍ନ ମନ୍ତ୍ରାଳୟର ସେଣ୍ଟ୍ରାଲ ସେକ୍ରେଟାରିଏଟ ସର୍ଭିସ(CSS) କର୍ମଚାରୀମାନଙ୍କୁ ଏକ ଲିଙ୍କରେ କ୍ଲିକ କରି ନିଜ ସରକାରୀ ଇ-ମେଲ ଆକାଉଣ୍ଟକୁ ରୋକିବା ପାଇଁ ସୂଚନା ଦିଆଯାଇଛି ।

ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେଣ୍ଟ୍ରାଲ ସେକ୍ରେଟାରିଏଟ ସର୍ଭିସ(CSS) ଏ ନେଇ ଏକ ପୋଷ୍ଟ କରିଛି । ସେକ୍ରେଟାରିଏଟରେ ଅନେକ କର୍ମଚାରୀ ଏକ ସନ୍ଦିଗ୍ଧ ଇମେଲ୍ ପାଇଥିବା ନେଇ ଏହି ପୋଷ୍ଟରେ ଦର୍ଶାଯାଇଛି । ତେବେ ଇଲେକ୍ଟ୍ରୋନିକ୍ସ ଏବଂ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରାଳୟ ଏବଂ ନେସନାଲ ଇନଫରମେଟିକ୍ସ ସେଣ୍ଟର ଏହିସବୁ ମାମଲା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛି ସିଏସଏସ । ଫିସିଙ୍ଗ ଆଟାକ ମାମଲା ଉପରେ ତଦନ୍ତ କରାଯିବା ସହ କର୍ମଚାରୀମାନଙ୍କୁ ଏ ସମ୍ପର୍କରେ ତଦନ୍ତ କରିବା ପାଇଁ ପ୍ରେସ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି ସିଏସଏସ ଫୋରମର ସାଧାରଣ ସମ୍ପାଦକ ଆଶୁତୋଷ ମିଶ୍ର ।

ଏହାପରେ ସେ କହିଛନ୍ତି ଯେ, କେନ୍ଦ୍ର ସଚିବାଳୟର ସମସ୍ତ କାର୍ଯ୍ୟ ବର୍ତ୍ତମାନ ଅନଲାଇନ ଜରିଆରେ ହୋଇପାରୁଛି । ତେଣୁ ଏଭଳି ବିଭିନ୍ନ ସମସ୍ୟାକୁ ରୋକିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି । ସିଏସଏସର କର୍ମଚାରୀମାନେ ସତର୍କ ରହିବା ସହ ଏଭଳି ସନ୍ଦିଗ୍ଧ ଇ-ମେଲ ଇତ୍ୟାଦିକୁ ନେଇ ରିପୋର୍ଟ କରିବାକୁ ସେ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଯୋଗାଯୋଗର ସୁରକ୍ଷା ଏବଂ ନିରାପର୍ତ୍ତା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସିଏସଏସ ଫୋରମର ସାଧାରଣ ସମ୍ପାଦକ ଆଶୁତୋଷ ମିଶ୍ର ।

Get real time updates directly on you device, subscribe now.