fbpx

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ରଥଯାତ୍ରା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ରଥଯାତ୍ରା ସମ୍ପର୍କରେ ଜଗଦଗୁରୁ ଓ ଗଜପତିଙ୍କ ପରାମର୍ଶ ନିଆଯାଉ । ଏହାସହ ମୁକ୍ତିମଣ୍ଡପ, ଦଇତାପତି, ସେବାୟତ, ବୁଦ୍ଧିଜୀବୀଙ୍କ ପରାମର୍ଶ ମଧ୍ୟ ନିଆଯାଉ । ସେମାନଙ୍କ ସହ ଆଲୋଚନା କରାଯାଇ ଏହା ଉପରେ ନିଷ୍ପତ୍ତି ନିଆଯାଉ । ବତ୍ତର୍ମାନର ସ୍ଥିତି ଦେଖି ରଥଯାତ୍ରା କାର୍ଯ୍ୟକ୍ରମ ସ୍ଥିର କରାଯାଉ ବୋଲି ସେ କହିଛନ୍ତି ।
ଗତକାଲି ମଧ୍ୟ ଏହି ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ଚିଠି ଲେଖିଥିଲେ ।

Get real time updates directly on you device, subscribe now.