fbpx

CBIରେ ୨୬୨ ଖାଲି ପଦ; ନିଯୁକ୍ତି ପାଇଁ ଏମିତି କରନ୍ତୁ ଆବେଦନ

Advertisement

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଇନକମ ଟ୍ୟାକ୍ସ ଅଫିସର, ଆଇଟି, ଆଇଟି ସିକ୍ୟୁରିଟି ଆନାଲିଷ୍ଟ, ସିକ୍ୟୁରିଟି ଅଫିସର, କେଡ୍ରିଟ୍ ଅଫିସର, ଇକୋନୋମିଷ୍ଟ ସହ ସ୍ପେଶାଲିଷ୍ଟ ଅଫିସର ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରିବାକୁଯାଉଛି । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି  । ୨୩ ନଭେମ୍ବର ୨୦୨୧ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ଡିସେମ୍ବର ୧୭ ହେଉଛି ଶେଷ ତାରିଖ ।

ଏହି ପୋଷ୍ଟ ପାଇଁ କରିପାରିବେ ଆବେଦନ:

ସ୍ପେଶାଲିଷ୍ଟ ଅଫିସରରେ ମୋଟ ୧୫୫ ପଦବୀ ରହିଥିବାବେଳେ,

ଇକୋନୋମିଷ୍ଟ-୧ ପୋଷ୍ଟ

ଇନକମ ଟ୍ୟାକ୍ସ ଅଫିସର- ୧ପୋଷ୍ଟ

ଆଇଟି- ୧ ପୋଷ୍ଟ

ଡାଟା ସାଇଣ୍ଟିଷ୍ଟ(ଚତୁର୍ଥ)-୧ ପୋଷ୍ଟ

କ୍ରେଡିଟ ଅଫିସର(ତୃତୀୟ)-୧୦ ପୋଷ୍ଟ

ଡାଟା ଇଞ୍ଜିନିୟର(ତୃତୀୟ)-୧୧ ପୋଷ୍ଟ

ଆଇଟି ସିକ୍ୟୁରିଟି ଆନାଲିଷ୍ଟ(ତୃତୀୟ)- ୧ ପୋଷ୍ଟ

ଆଇଟି ଏସଓସି ଆନାଲିଷ୍ଟ(ତୃତୀୟ)- ୨ ଟି ପୋଷ୍ଟ

ରିସ୍କ ମ୍ୟାନେଜର(ତୃତୀୟ)- ୫ ପୋଷ୍ଟ

ବୈଷୟିକ ଅଧିକାରୀ(କ୍ରେଡିଟ) (ତୃତୀୟ)- ୫ ପୋଷ୍ଟ

ଆର୍ଥିକ ବିଶ୍ଲେଷକ(ଦ୍ବିତୀୟ)- ୨୦ ପୋଷ୍ଟ

ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଦ୍ୱିତୀୟ)- ୧୫

ଆଇନ ଅଧିକାରୀ(ଦ୍ୱିତୀୟ)-୨୦ ପୋଷ୍ଟ

ରିସ୍କ ମ୍ୟାନେଜର(ଦ୍ୱିତୀୟ)- ୧୦ ପୋଷ୍ଟ

ସିକ୍ୟୁରିଟି(ଦ୍ୱିତୀୟ)-୩ଟି ପୋଷ୍ଟ

ସୁରକ୍ଷା(ପ୍ରଥମ)- ୧ ପୋଷ୍ଟ

ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ୨୦ରୁ ୫୦ ବର୍ଷ ହୋଇଥିବା ଆବଶ୍ୟକ । ଓବିସି ବର୍ଗଙ୍କ ପାଇଁ ୩ ବର୍ଷ ଏବଂ ଏସସି ଏବଂ ଏସଟି ବର୍ଗଙ୍କ ପାଇଁ ୫ ବର୍ଷ ଛାଡ଼ ଦିଆଯାଇଛି । ଜେନେରାଲ ଏବଂ ଓବିସି ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ଥିବାବେଳେ, ସେହିଭଳି ଏସସି ଏବଂ ଏସଟି ବର୍ଗଙ୍କ ୧୭୫ ଟଙ୍କା ଆବେଦନ ଫିସ୍ ଦେବାକୁ ହେବ । ୨୩ ନଭେମ୍ବର ୨୦୨୧ରୁ ଆବେଦନ ଆରମ୍ଭ ହେଉଥିବାବେଳେ ୧୭ ଡିସେମ୍ବର ରହିଛି ଶେଷ ତାରିଖ । ୧୧ ଜାନୁଆରୀ ୨୦୨୨ ରେ ଆଡମିଟ୍ କାର୍ଡ ଡାଉନଲୋଡ ଏବଂ ୨୨ ଜାନୁଆରୀରେ ୨୦୨୨ରେ ହେବ ପରୀକ୍ଷା । ଏହି ଲିଙ୍କରେ ଯାଇ ଯୋଗ୍ୟତା ଏବଂ ଅନ୍ୟାନ୍ୟ ତଥ୍ୟ ଜାଣିପାରିବେ https://centralbankofindia.co.in/sites/default/files/2021-11/Notification_Recruitment_of_Specialist_Officers-2022-23.pdf

Get real time updates directly on you device, subscribe now.