fbpx

ଆଜି ଓଡ଼ିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ୬ଟି ରାଜ୍ୟକୁ ଏହି ଟିମ୍ ଗସ୍ତ କରି କୋଭିଡ୍ ସମ୍ପର୍କରେ ଅନୁଧ୍ୟାନ କରିବେ । ଏହି ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ତ୍ରିପୁରା, ଛତିଶଗଡ଼, ମଣିପୁର, କେରଳ, ଅରୁଣାଚଳପ୍ରଦେଶ ଆଦି ରାଜ୍ୟ ରହିଛନ୍ତି । ଉକ୍ତ ରାଜ୍ୟମାନଙ୍କରେ ଟିକାକରଣ ସହ କୋଭିଡ୍ ସମ୍ପର୍କୀୟ ଅନ୍ୟାନ୍ୟ ବିଷୟରେ ଏହି ଟିମ୍ ତର୍ଜମା କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଉପରୋକ୍ତ ୬ଟି ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ଚିହ୍ନଟ ହେଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ଟିମ୍ ପଠାଇ ପରିସ୍ଥିତି ବିଷୟରେ ନିରୀକ୍ଷଣ କରାଯିବ । କୋଭିଡ୍ ବିଶେଷଜ୍ଞ ଟିମ୍ ଉକ୍ତ ରାଜ୍ୟଗୁଡ଼ିକୁ ଗସ୍ତ କରି କୋଭିଡ୍ ପରିଚାଳନା, କଣ୍ଟେନମେଣ୍ଟ ଜୋନ୍, ଟେଷ୍ଟିଂ, ସର୍ଭେଲାନ୍ସ ଆଦି ଦିଗ ପ୍ରତି ଅନୁଧ୍ୟାନ କରିବେ । ଏହି ଟିମରେ ମଣିପୁର ପାଇଁ ଡା. ଏଲ ସ୍ୱାଷ୍ଟିଚରଣ, ଅରୁଣାଚଳ ପ୍ରଦେଶ ପାଇଁ ଡା. ସଞ୍ଜୟ ସାଧୁଖାନ, ତ୍ରିପୁରା ପାଇଁ ଡା. ଆରଏନ ସିହ୍ନା, କେରଳ ପାଇଁ ଡା. ରୁଚି ଜୈନ, ଓଡ଼ିଶା ପାଇଁ ଡା. ଏ. ଡାନ୍, ଛତିଶଗଡ଼ ପାଇଁ ଡା. ଦିବାକର ସାହୁ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ଲହର ଯୋଗୁଁ ସମଗ୍ର ଦେଶରେ ବହୁ ଲୋକ ମୃତ୍ୟୁବରଣ କରିଥିଲେ । ତେଣୁ ତୃତୀୟ ଲହର ପୂର୍ବରୁ ଆଗୁଆ ପ୍ରସ୍ତୁତି ସ୍ୱରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।

Get real time updates directly on you device, subscribe now.