fbpx

NSC ଏବଂ ଡାକଘର ଜମା ଉପରେ ସୁଧ ହାର ବୃଦ୍ଧି କଲେ କେନ୍ଦ୍ର ସରକାର, PPF ରେ ହେଲାନି କୌଣସି ପରିବର୍ତ୍ତନ

AAKASH

ନୂଆଦିଲ୍ଲୀ: ନୁଆ ବର୍ଷ ପୁର୍ବରୁ ଡାକ ଘରେ ଟଙ୍କା ଜମାକାରିଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ଡାକଘରେ ଏବେ ଟଙ୍କା ଜମା କରିବା ପାଇଁ ପୁର୍ବ ଅପେକ୍ଷା ଏବେ ଅଧିକ ସୁଧ ମିଳିବ । ଏହା ସହିତ ସରକାର ଏନଏସସି ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସହିତ ଛୋଟ ଜମା ଯୋଜନା ଉପରେ ସୁଧ ହାର ମଧ୍ୟ ବୃଦ୍ଧି କରିଛନ୍ତି । ଏହି ଯୋଜନାଗୁଡିକର ସୁଧ ହାର ବର୍ତ୍ତମାନ ୧.୧ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଜାନୁଆରୀ ୧ ରୁ ପ୍ରଯୁଜ୍ୟ ହେବ । ସରକାରଙ୍କ ଏହି ବୃଦ୍ଧି ସମ୍ପ୍ରତି ସୁଧ ହାରରେ ବୃଦ୍ଧି ସହିତ ମେଳ ଖାଉଛି । ତେବେ ପବ୍ଲିକ ପ୍ରୋଭିଡେଣ୍ଟ ପାଣ୍ଠି (ପିପିଏଫ) ଏବଂ ବାଳିକା ଶିଶୁ ସଞ୍ଚୟ ଯୋଜନା ‘ସୁକନ୍ୟା ସମୃଦ୍ଦି’ର ସୁଧ ହାରରେ କୋଣସି ପରିବର୍ତ୍ତନ କରାଯାଇ ନାହିଁ ।

ଜାନୁଆରୀ ୧ ରୁ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି) ସାତ ପ୍ରତିଶତ ହାରରେ ସୁଧ ମିଳିବ । ବର୍ତ୍ତମାନ ଏହା ୬.୮ ପ୍ରତିଶତ ରହିଛି । ସେହିଭଳି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ବିଦ୍ୟମାନ ୭.୬ ପ୍ରତିଶତ ତୁଳନାରେ ଆଠ ପ୍ରତିଶତ ସୁଧ ମିଳିବ ।

ଏହା ସହିତ ଏକରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଡାକଘର ସ୍ଥିର ଜମା ଯୋଜନାରେ ସୁଧ ହାର ୧.୧ ପ୍ରତିଶତ ବୃଦ୍ଧି ପାଇବ । ଏବଂ ମାସିକ ଆୟ ଯୋଜନାରେ ୬.୭ ପ୍ରତିଶତ ବଦଳରେ ବର୍ତ୍ତମାନ ୭.୧ ପ୍ରତିଶତ ସୁଧ ମିଳିବ ।

 

Get real time updates directly on you device, subscribe now.