fbpx

IAS-IPS ଅଧିକାରୀଙ୍କ ପାଇଁ ଆସିଲା ନୂଆ ନିୟମ: କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୋଲିସ ସେବା (ଆଇପିଏସ) ଓ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀଙ୍କ ପାଇଁ ଏକ ନୂଆ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଆସାମ-ମେଘାଳୟ ସଂଯୁକ୍ତ କ୍ୟାଡର, ସିକିମ, ନାଗାଲାଣ୍ଡ, ତ୍ରିପୁରା ଓ ମଣିପୁର କ୍ୟାଡର ସମ୍ବନ୍ଧିତ ଏଆଇଏସ ଅଧିକାରୀଙ୍କୁ ଅତିରିକ୍ତ ୨୫ ପ୍ରତିଶତ ସ୍ପେଶାଲ ଭତ୍ତା ମିଳୁଥିଲା । ୨୦୧୯ରୁ ପ୍ରଦାନ କରାଯାଉଥିବା ଏହି ଅତିରିକ୍ତ ମୌଦ୍ରିକ ଭତ୍ତାକୁ କେନ୍ଦ୍ର ସରକାର ଏବେ ବନ୍ଦ କରିଦେଇଛନ୍ତି ।

ଏନେଇ କେନ୍ଦ୍ର କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ପୂର୍ବୋତ୍ତର ରାଜ୍ୟମାନଙ୍କରେ ଡ୍ୟୁଟି କରୁଥିବା ଏଆଇଏସ ଅଧିକାରୀଙ୍କୁ ଦିଆଯାଉଥିବା ବିଶେଷ ପ୍ରୋତ୍ସାହନ ଓ ଭତ୍ତା ତ୍ୱରିତ ଭାବେ ପ୍ରତ୍ୟାହାର କରିନିଆଯାଇଛି । ପୂର୍ବୋତ୍ତର କ୍ୟାଡରର ଅଧିକାରୀଙ୍କ ରିଟାୟାରମେଣ୍ଟ ସୁବିଧା ଫେରାଇ ନିଆଯିବ ବୋଲି ବିଭାଗ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି । ଏହି ନୀତି ଗତ ୨୦୧୭ରେ ଲାଗୁ କରାଯାଇଥିଲା ।

ପୂର୍ବରୁ ଆଦିବାସୀ ସଂପ୍ରଦାୟଙ୍କୁ ଆୟକର ପଇଠ ଛାଡ଼ କରାଯାଇଥିଲା । ଏଥିପାଇଁ ପୂର୍ବୋତ୍ତର ରାଜ୍ୟମାନଙ୍କରେ ମୁତୟନ ହେବା କାରଣରୁ ଆଦିବାସୀ ଏଆଇଏସ ଅଧିକାରୀଙ୍କୁ ଏହିସବୁ ସୁବିଧା ଦିଆଯାଉଥିଲା । ମାତ୍ର ଏବେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ପୂର୍ବୋତ୍ତର କ୍ୟାଡର ସମ୍ବନ୍ଧିତ ଜନଜାତି ପ୍ରଶାସନିକ ସେବା ଅଧିକାରୀଙ୍କଠାରୁ ଏହି ସୁବିଧା ପ୍ରତ୍ୟାହାର କରାଯାଇଛି ।

Get real time updates directly on you device, subscribe now.