fbpx

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଆସିବ ବଡ଼ ଉପହାର! କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଜାରି ରହିଛି । ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟର ମତଦାନ ସରିଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଜୁନ୍ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଲୋକସଭା ନିର୍ବାଚନ ସରିବା ପରେ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାର ସମ୍ଭାବନା ରହିଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରାଯାଇପାରେ । ଜୁନ୍ ୪ରେ ଲୋକସଭା ଫଳାଫଳ ଘୋଷଣା ହେବା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଅନୁମାନ କରାଯାଉଛି ।

ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ମୁତାବକ, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ଷକୁ ୨ ଥର ବୃଦ୍ଧି ହେବା ଆବଶ୍ୟକ । ସେହି ଅନୁସାରେ କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀରୁ ଜୁନ ଓ ଜୁଳାଇରୁ ଡିସେମ୍ବର ମଧ୍ୟରେ ଡିଏ ବୃଦ୍ଧି କରିଥାନ୍ତି । ୨୦୨୪ ବର୍ଷର ପ୍ରଥମ ୬ ମାସ ପାଇଁ ଡିଏ ବୃଦ୍ଧି ହୋଇ ପାରିଛି । କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଏବେ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଛି । ତେଣୁ ଜୁଲାଇରୁ ଡିସେମ୍ବର ୬ ମାସର ଡିଏ ବୃଦ୍ଧି ସେପ୍ଟେମ୍ବର ବା ଅକ୍ଟୋବରରେ ହୋଇପାରେ । ଆଗାମୀ ୬ ମାସ ପାଇଁ ଯଦି କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିବେ ତେବେ ମୋଟ ଡିଏ ୫୪ ପ୍ରତିଶତରେ ପହଞ୍ଚିଯିବ । ସେହିପରି ଯଦି ୩ ପ୍ରତିଶତ ବୃଦ୍ଧି କରିବେ ତେବେ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚିଯିବ ।

Get real time updates directly on you device, subscribe now.