fbpx

DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍! ସେପ୍ଟେମ୍ବର ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିବେ ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚରୀ ଓ ପେନସନଧାରୀମାନେ ମହଙ୍ଗା ବୃଦ୍ଧି (ଡିଏ)କୁ ନେଇ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଏହା ମଧ୍ୟରେ ଆସିଛି ଏକ ଗୁଡ୍ ନ୍ୟୁଜ୍ । ନରେନ୍ଦ୍ର ମୋଦୀ ସରକାର ଏଥର ୩ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି । ମିଡ଼ିଆ ରିପୋର୍ଟ ମୁତାବକ, ଯଦି ମଞ୍ଜୁରୀ ମିଳେ ତେବେ ଡିଏ ଓ ଡିୟରନେସ ଆଶ୍ୱସ୍ତି (ଡିଆର) ଉଭୟ ବୃଦ୍ଧି ହୋଇପାରେ ।

ଏକ ରିପୋର୍ଟ ମୁତାବକ, ଡିଏକୁ ନେଇ ଆସନ୍ତାମାନେ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୫୦ ପ୍ରତିଶତ ଡିଏ ପାଉଥିବା ବେଳେ ଏହା ୩ ପ୍ରତିଶତ ବଢ଼ି ୫୩ ପ୍ରତିଶତ ହୋଇପାରେ । ସେହିପରି କରୋନା ମହାମାରୀ ସମୟରେ କର୍ମଚାରୀଙ୍କର ବାକି ଥିବା ୧୮ ମାସର ଡିଏ ଏଥର ଜାରି ହୋଇ ନପାରେ । ସପ୍ତମ ବେତନ ଆୟୋଗଙ୍କ ଘୋଷଣାକୁ ନେଇ ସରକାରଙ୍କ ତରଫରୁ ଏନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ସାଧାରଣ ଭାବେ ବର୍ଷର ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କେନ୍ଦ୍ର ସରକାର ଡିଏରେ ସଂଶୋଧନ କରିଥାନ୍ତି । ଏନେଇ ଅଫିସିଆଲ ଭାବେ ଘୋଷଣା କରାଯାଇଥାଏ । ତେବେ ଏଥର ଡିଏ ବଢ଼ିଲେ କର୍ମଚାରୀଙ୍କ ବେତନ କେତେ ବଢ଼ିବ ସେନେଇ ସଭିଙ୍କ ମନରେ ପ୍ରଶ୍ନ ଉଠୁଛି । ସପ୍ତମ ବେତନ ଆୟୋଗ ଅନୁସାରେ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଏହି ବୃଦ୍ଧି କରାଯିବ ଓ ତାହା ଚଳିତ ବର୍ଷ ଜୁଲାଇରୁ ପ୍ରଭାବୀ ହୋଇଯିବ । ଯଦି ସରକାର ଡିଏରେ ବୃଦ୍ଧି କରନ୍ତି, ତେବେ ତାହା ଆଗାମୀ ଟେକ୍ ହୋମ୍ ସାଲାରୀ ସହ ସାମିଲ ହେବେ ।

ଯଦି କୌଣସି କର୍ମଚାରୀଙ୍କ ବାର୍ଷିକ ବେତନ ୫୫,୨୦୦ ଟଙ୍କା ତେବେ ୫୦ ପ୍ରତିଶତ ଉପରେ ତାଙ୍କର ଡିଏ ୨୭,୬୦୦ ଟଙ୍କା ହେବ । ସେହିପରି ଯଦି ଡିଏ ୫୩ ପ୍ରତିଶତ ହୁଏ ତେବେ ତାଙ୍କର ଡିଏ ବଢ଼ି ୨୯,୨୫୬ ଟଙ୍କା ହୋଇଯିବ । ଅର୍ଥାତ କର୍ମଚାରୀଙ୍କର ବେତନ (୨୯,୨୫୬ – ୨୭,୬୦୦) = ୧୬୫୬ ଟଙ୍କା ହୋଇଯିବ । ଗତ ଥର ଗତ ମାର୍ଚ୍ଚ ୭ରେ ଡିଏ ବଢ଼ିଥିଲା ବେଳେ ତାହା ଜାନୁଆରୀ ପହିଲାରୁ ପ୍ରଭାବୀ ହୋଇଥିଲା । ସେହିପରି ଗତବର୍ଷ ଜୁଲାଇ ପହିଲାରେ ଡିଏ ବୃଦ୍ଧି ଘୋଷଣା ହେବା ପରେ ତାହା ଅକ୍ଟୋବର ୧୮ରୁ ଲାଗୁ ହୋଇଥିଲା ।

Get real time updates directly on you device, subscribe now.