fbpx

ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ମାଗଣାରେ ମିଳିବ ୧ କୋଟି ୯୨ ଲକ୍ଷ ଟିକା

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର) : ସାରା ଦେଶ ଏବେ କୋଭିଡ୍ ମହାମାରୀ ସହିତ ମୁକାବିଲା କରୁଛି । ତେଣୁ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ ଘୋଷଣା କରିଛନ୍ତି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ୧ କୋଟି ୯୨ ଲକ୍ଷ କୋଭିଡ୍ ଭ୍ୟାକସିନ୍ ମାଗଣାରେ ଦେବେ ବୋଲି ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ତାହା ପୁଣି ମେ ୧୬ ରୁ ୩୧ ତାରିଖ ମଧ୍ୟରେ । ଏନେଇ ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ସୁଚନା ଦେଇଛନ୍ତି । ତେବେ ଦେଶରେ କରୋନା ମହାମାରୀର ଭୟାବହତା ବଢ଼ୁଥିବାରୁ କେନ୍ଦ୍ର ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ଯୋଜନା ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକ ମାନଙ୍କ ସହ ଯୋଡି ହୋଇଥିଲେ । ଏହି ସମୟରେ ସେ କହିଥିଲେ ଯେ, ଦେଶରେ ଏ ଯାବତ୍ ୧୮ କୋଟି ଲୋକଙ୍କୁ ଟିକା ଦିଆଯାଇ ସାରିଛି । କାରଣ ଟିକା ହିଁ ହେଉଛି କରୋନାକୁ ହରାଇବାର ଏକମାତ୍ର ବାଟ । ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅହରହ ପ୍ରୟାସ କରୁଛନ୍ତି ଯେ, କିପରି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ପାରିବ ।

Get real time updates directly on you device, subscribe now.