fbpx

କେନ୍ଦ୍ର ସରକାର ବିହାର ସରକାର ମୁହାଁମୁହିଁ: ସୁପ୍ରିମକୋର୍ଟରେ ନୂଆ ପ୍ରମାଣପତ୍ର ଦାଖଲ

ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ନେଇମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଏବଂ ବିହାର ସରକାର । ବିହାରର ଜାତିଗତ ସର୍ବେକ୍ଷଣ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେବିଟ ଦାୟର କରିଛନ୍ତି । କେନ୍ଦ୍ର ଏହି ଆଫିଡେବିଟରେ କିଛି ନୂଆ ସଂଶୋଧନ କରିଛି । ଏଥିରେ କେନ୍ଦ୍ର ସରକାର ପାରାଗ୍ରାଫ ୫କୁ ହଟାଇ ଦିଆଯାଇଛି । ଏହି ପରାଗ୍ରାଫରେ ଲେଖା ଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ଜନଗଣନା ପରି ଅନ୍ୟାନ୍ୟ ପକ୍ରିୟା କରିପାରିବେ ନାହିଁ । ଏହାବ୍ୟତୀତ ଜନଗଣନା ବିଷୟ ସପ୍ତମ ଅନୁସୂଚୀର ୟୁନିଅନ ତାଲିକା ୬୯ ରେ ସାମିଲ ରହିଛି ।

ସରକାରଙ୍କ କହିବା ଅନୁସାରେ, ଏହି ନୂଆ ଆଫିଡେବିଟରେ କେବଳ କେନ୍ଦ୍ର ସରକାରଙ୍କୁ ଜନଗଣନାର ଅଧିକାର ଦିଆଯାଇଛି । କିନ୍ତୁ ଏଥିରେ ଜନଗଣନା ପରି ଶବ୍ଦକୁ ହଟାଇ ଦିଆଯାଇଛି । ତେବେ ଏହାକୁ ନେଇ ବିହାର ସରକାର ଏକ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ତେବେ ରାଜ୍ୟ ସରକାର ଜନଗଣନା କରୁ ନାହାନ୍ତି, ବରଂ ସେ କେବଳ ଜାତିଗତ ସର୍ବେକ୍ଷଣ କରୁଛନ୍ତି ବୋଲି କହିଛନ୍ତି ବିହାର ସରକାର ।

ଆଇନ ଅନୁସାରେ ଦେଖିବାକୁ ଗଲେ ବିହାର ସରକାର ଯେକୌଣସି ସର୍ବେକ୍ଷଣ ନିଜ ରାଜ୍ୟରେ କରିପାରିବେ । କୌଣସି ସର୍ବେକ୍ଷଣର ଫଳାଫଳ ଜାଣିବା ପାଇଁ ଯେକୌଣସି ସଂସ୍ଥାର ଉପଯୋଗ କରିପାରିବେ ରାଜ୍ୟ ସରକାର । ଏହି ଅଧିକାର ପାଇଁ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ୟୁସିସି ପାଇଁ ଗଣନା କରିଥଲେ ।

Get real time updates directly on you device, subscribe now.