fbpx

କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି, ଉପସଭାପତି ନିର୍ବାଚନ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ପାଇଁ ମୋଟ ୯୭ ଜଣ ସଭ୍ୟ ସେମାନଙ୍କର ମତଦାନ କରିଥିଲେ । ତେବେ ଏହା ମଧ୍ୟରେ ଏହି ମତଦାନର ଫଳାଫଳ ଘୋଷଣା କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଦସ୍ୟଙ୍କ ନିଯୁକ୍ତିକୁ ଦେଶର ସାହିତ୍ୟ ପ୍ରେମୀମାନେ ଉତ୍ସୁକତାର ସହିତ ଚାହିଁ ରହିଥିଲେ ।

ତେବେ ସଦସ୍ୟ ସୂଚନା ମୁତାବକ, ବିଶିଷ୍ଟ ହିନ୍ଦି ସାହିତ୍ୟିକ ମାଧବ କୌଶିକ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷ ନିର୍ବାଚନରେ ମାଧବ ତାଙ୍କର ପ୍ରତିପକ୍ଷ ପ୍ରସିଦ୍ଧ ମରାଠୀ ଲେଖକ ରଙ୍ଗନାଥ ପଠାରେ ଓ କନ୍ନଡ଼ ସାହିତ୍ୟିକ ମଲ୍ଲପୁରମ ଭେଙ୍କଟେଶଙ୍କ ସହିତ ଲଢ଼ୁଥିଲେ । ମାଧବ ତାଙ୍କର ଖଣ୍ଡକାବ୍ୟ ‘ସୁନୋ ରାଧିକା’ ଓ ଶିଶୁଗୀତ ‘ଖିଲୌନେ ମାଟି କେ’ ପାଇଁ ବେଶ୍ ପରିଚିତ ଅଟନ୍ତି । ୧୯୫୪ ମସିହା ନଭେମ୍ବର ମାସ ୧ ତାରିଖରେ ହରିୟାଣାର ଭିବାନୀ ସହରରେ ଜନ୍ମଲାଭ କରିଥିବା ମାଧବ ହିନ୍ଦି କବିତା, କାହାଣୀ, ବାଲ ସାହିତ୍ୟି ଗଜଲ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି ।

ସେହିପରି ଏଥର ଉପସଭାପତି ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦି ବିଭାଗର ମୁଖ୍ୟ କୁମୁଦ ଶର୍ମା ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଦାୟିତ୍ୱରେ ଚନ୍ଦ୍ରଶେଖର କମ୍ବାର ରହିଥିଲେ । ସେ ଗତ ୨୦୧୮ ମସିହା ଫେବୃଆରୀ ୧୨ ତାରିଖରେ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଡା. ବିଶ୍ୱନାଥ ପ୍ରସାଦ ତିୱାରୀଙ୍କ ସ୍ଥାନ ନେଇଥିଲେ ଚନ୍ଦ୍ରଶେଖର । ସେ ସମୟରେ ଚନ୍ଦ୍ରଶେଖର ଏକାଡେମୀର ଉପାଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ ।

Get real time updates directly on you device, subscribe now.