fbpx
BSKY
BJD MC SKY
BJD YOUTH SKY

ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍: କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ରେଳ କର୍ମଚାରୀ ପାଇଁ ଏକ ବଡ଼ ଖୁସି ଖବର । ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଡକ୍ଟିଭିଟି ଲିଙ୍କଡ ବୋନସ (ପିଏଲବି)କୁ ମଞ୍ଜୁରୀ ମିଳିଛି । ଅଣଗେଜେଟେଟେ ରେଳ କର୍ମଚାରୀଙ୍କୁ ୭୮ ଦିନର ପିଆଇବି ଅର୍ଥ ମିଳିବ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ବୋନସ ପ୍ରଦାନ କରାଯିବ ।

ଟ୍ରାକ ମରାମତି କରୁଥିବା କର୍ମଚାରୀ, ଲୋକୋ ପାଇଟଲ, ଟ୍ରେନ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, ପଏଣ୍ଟସ ମ୍ୟାନ, ମିନିଷ୍ଟେରିଆଲ ଷ୍ଟାଫ ଓ ଅନ୍ୟ ଗ୍ରୁପ-ସି ଷ୍ଟାଫ, ରେଳ ସୁରକ୍ଷା ବଳ (ଆରପିଏଫ) / ରେଲୱେ ସୁରକ୍ଷା ସ୍ୱତନ୍ତ୍ର ବଳ (ଆରପିଏସଏଫ) କର୍ମଚାରୀଙ୍କୁ ଏହି ବେନିଫିଟ୍ ମିଳିବ । ପିଏଲବି ପାଇଁ କେନ୍ଦ୍ର ସରକାର ମୋଟ ୧୯୬୮.୮୭ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

ମୋଟ ୧୧,୦୭,୩୪୬ ଲକ୍ଷ ରେଳ କର୍ମଚାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ । ତେବେ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା କରିଥିଲେ ବି ପ୍ରତି କର୍ମଚାରୀଙ୍କୁ ୧୭,୯୫୦ ଟଙ୍କାର ବୋନସ ମିଳିବ । କାରଣ ବର୍ତ୍ତମାନର ବେତନ ଆୟୋଗଙ୍କ ନିୟମ ଅନୁଯାୟୀ, ରେଳବାଇରେ ସର୍ବନିମ୍ନ ବେତନ ୧୭ ହଜାର ଟଙ୍କା ରହିଥିବା ବେଳେ ଷଷ୍ଠ ବେତନ ଆୟୋଗ ଅନୁଯାୟୀ ମାସିକ ସର୍ବନିମ୍ନ ବେତନ ୭୦୦୦ ଟଙ୍କା ଆଧାରରେ ବୋନସ୍ ପ୍ରଦାନ କରାଯାଉଛି । ତେଣୁ ପ୍ରତି ରେଳ କର୍ମଚାରୀଙ୍କ ସର୍ବମୋଟ ବୋନସ ୧୭ ହଜାର ୯୫୦ ଟଙ୍କା ସ୍ଥିର ହୋଇଛି । ଏହା ପୂର୍ବରୁ ଗତକାଲି କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିଥିଲେ ।

Get real time updates directly on you device, subscribe now.