fbpx

ହଟିବ ବ୍ରିଟିଶ ଅମଳର IPC ଏବଂ CrPC, ଲୋକସଭାରେ ଆଗତ ହେଲା ‘ଭାରତୀୟ ନ୍ୟାୟ ସଂହିତା -୨୦୨୩’

AAKASH

ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ଯେ ଦେଶଦ୍ରୋହ ଆଇନ ରଦ୍ଦ ହେବାକୁ ଯାଉଛି। ଏ ସମ୍ପର୍କରେ ସରକାର ସଂସଦରେ ଏକ ‘ବିଲ୍‌’ ବା ଚିଠା ଉପସ୍ଥାପନ କରିଛନ୍ତି। ଗତ କିଛି ଦଶନ୍ଧି ଧରି ଚାଲିଆସୁଥିବା ଏହି ଆଇନକୁ ନେଇ ଅନେକ ବିବାଦ ଲାଗି ରହିଥିଲା, ଅନେକ ବିରୋଧୀ ଦଳ ଏହାକୁ ରଦ୍ଦ କରିବାକୁ ଦାବି କରିଥିଲେ ଏବଂ ଏହାର ଅପବ୍ୟବହାର ଅଭିଯୋଗ କରିଥିଲେ। ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ‘ଭାରତୀୟ ପେନାଲ କୋଡ'(IPC) ଏବଂ ‘ଭାରତୀୟ ସିଭିଲ ପ୍ରୋଟେକ୍ସନ କୋଡ’ CrPC କୁ ବଦଳାଇବାକୁ ବିଲ୍‌ ଉପସ୍ଥାପନା କରିଛନ୍ତି।

ଗୃହମନ୍ତ୍ରୀ କହିଥିଲେ ଯେ, ଆଜି ଲୋକସଭାରେ ମୁଁ ତିନୋଟି ବିଧେୟକ ନେଇ ଆସିଛି । ଯାହା ଭାରତରେ ଦଣ୍ଡ ବିଧାନ ବ୍ୟବସ୍ଥାକୁ ସୁଧାରିବ । ପର୍ବରୁ ଥିବା ‘ଭାରତୀୟ ପେନାଲ କୋଡ’ ଯାହା ୧୮୬୦ ପ୍ରସ୍ତୁତ ହୋଇଥିଲା, ଦ୍ୱିତୀୟ ହେଉଛି ‘କ୍ରିମିନାଲ ପ୍ରୋସିଜିଅର କୋଡ’ ଯାହା ୧୮୯୮ରେ ପ୍ରସ୍ତୁତ ହୋଇଥିଲା । ଏବଂ ‘ତୃତୀୟ ହେଉଛି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ’ ଯାହା ୧୮୭୨ ବ୍ରିଟିଷ ସଂସଦରେ ପାସ୍ ହୋଇଥିଲା । ଏହି ତିନି ଆଇନ୍‌କୁ ଶେଷ କରିବା ପାଇଁ ତିନି ନୂଆ ବିଧେୟକ ଉପସ୍ଥାପନ କରୁଛି ।

ଏହା ସହିତ ଗୃହମନ୍ତ୍ରୀ କହିଥିଲେ ଯେ, ଏବେ ”ଭାରତୀୟ ପେନାଲ କୋଡ’ ବଦଳରେ ଭାରତୀୟ ନ୍ୟାୟ ସଂହିତା ହେବ ଏବଂ ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ହେବ । ସେହିଭଳି ଏଭିଡେନ୍ସ ଆକ୍ଟ ନାମ ପରିବର୍ତ୍ତନ କରି ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯିବ ଏବଂ ରାଜଦ୍ରୋହ ଆୟନ୍ କୁ ଶେଷ କରିବାକୁ ପ୍ରସ୍ତାବ ରଖାଯାଇଛି ।

 

Get real time updates directly on you device, subscribe now.