fbpx

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଚିନି ଯୋଗାଇଦେବା ନେଇ କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଚିନି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଓନାମ୍‍, ରକ୍ଷାବନ୍ଧନ ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଳି ପାର୍ବଣ ସମୟରେ ଘରୋଇ ବଜାରରେ ଚିନିର ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ସରକାର ଅଗଷ୍ଟ ମାସ ପାଇଁ ଥିବା ୨୩ ଲକ୍ଷ ୫୦ ହଜାର ମେଟ୍ରିକ୍‍ ଟନ୍‍ ଚିନି ସହିତ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଚିନି ଯୋଗାଇଦେବାକୁ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ଚିନି ଦର ଗତ ୧ ବର୍ଷ ଧରି ୨୫ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ସରକାର କେଜି ପ୍ରତି ୪୩ ଟଙ୍କା ୩୦ ପଇସା ଦରରେ ଚିନି ଯୋଗାଇ ଦେଉଛନ୍ତି । ଗତ ୧୦ ବର୍ଷରେ ଚୀନର ଦର ବାର୍ଷିକ ୨% ରୁ କମ୍ ବୃଦ୍ଧି ପାଇଛି । ଚଳିତ ବର୍ଷ ଉତ୍ପାଦନ ସମୟ(ଅକ୍ଟୋବର-ସେପ୍ଟେମ୍ବର). ଭାରତରେ ୩୩୦ ଲକ୍ଷ ମେଟ୍ରିକ୍ ଟନ୍ ଚୀନି ଉତ୍ପାଦନ ହେବ ବୋଲି ଆଶା କରାଯାଉଛି । ଯେଉଁଥିରୁ ୪୩ ଲକ୍ଷ ମେଟ୍ରିକ୍ ଟନ୍ ଏଥୋନଲ ମଧ୍ୟ ଉପରାଦନ ହେବ । ସମାନ ସମୟରେ ଘରେ।।ଇ ବ୍ୟବହାର ୨୭୫ ଲକ୍ଷ ମେଟ୍ରିକ ଟନ୍ ରହିବ ।

ବର୍ତ୍ତମାନ ସମୟରେ, ଚଳିତ ସିଜିନ୍ ୨୦୨୨-୨୩ ର ଅବଶିଷ୍ଟ ମାସଗୁଡିକ ପାଇଁ ଘରୋଇ ଚାହିଦା ପୂରଣ କରିବା ପାଇଁ ଭାରତରେ ପର୍ଯ୍ୟାପ୍ତ ପରିମାଣର ଚିନି ଷ୍ଟକ୍ ଅଛି ଏବଂ ୬୦ ଲକ୍ଷ ମେଟ୍ରିକ୍ ଟନ୍‌ର ସର୍ବୋଚ୍ଚ କ୍ଲୋଜିଂ ଷ୍ଟକ୍ (ଅଢ଼େଇ ମାସ ପାଇଁ ଚିନି ବ୍ୟବହାର ପାଇଁ ଯଥେଷ୍ଟ) ଚଳିତ ଋତୁ ଶେଷରେ ଉପଲବ୍ଧ ହେବ । ଅର୍ଥାତ୍ ବର୍ତ୍ତମାନ ସାମାନ୍ୟ ବୃଦ୍ଧି ପାଇଥିବା ଦର ସେପ୍ଟେମ୍ବର ଶେଷ ବେଳକୁ ନିୟନ୍ତ୍ରଣରେ ରହିବ ।

 

 

Get real time updates directly on you device, subscribe now.