fbpx

ବିନା ଭକ୍ତରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ପୁରୀ, ୧୮ା୪(ଓଡ଼ିଶା ଭାସ୍କର): ଚଳିତବର୍ଷ ବିନା ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେବ । ପ୍ରତିବର୍ଷ ଅକ୍ଷୟ ତୃତୀୟ ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହୋଇଥାଏ । ଚଳିତବର୍ଷ ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା ପଡ଼ୁଛି ତେଣୁ ସେହିଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେବ । ନରେନ୍ଦ୍ର ପୁଷ୍କରିଣୀରେ ଚାପକୁ ବିଜେ କରିବେ ମହାପ୍ରଭୁ । କିନ୍ତୁ ଚଳିତଥର କରୋନା ଭାଇରସ୍ ଏବଂ ସତର୍କତାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ଏହା ସମ୍ପନ୍ନ ହେବ । ସାମାଜିକ ଦୂରତା ରଖି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯିବ । ଏହାସହ ମାସ୍କ ବଦଳରେ ସେବାୟତମାନେ ଗାମୁଛା ବ୍ୟବହାର କରିବେ ।
ଗତକାଲି ଏହି ଚନ୍ଦନଯାତ୍ରା ଏବଂ ରଥଯାତ୍ରା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ଚିଠି ଲେଖିଥିଲେ ।

Get real time updates directly on you device, subscribe now.