fbpx

Missing cat; ବିଲେଇ ଲାଗି ଆଇଟି ଇଂଜିନିୟର ଘୋଷଣା କଲେ ମୋଟା ରକମର ପୁରସ୍କାର ରାଶି

ଚଣ୍ଡୀଗଡ: ସ୍ନୁପି ମୋ ପାଇଁ ସବୁକିଛି ଥିଲା । ଯଦି ତାକୁ କେହି ଖୋଜିଦେବ ତେବେ ମୁଁ ତାକୁ ବଡ ପୁରସ୍କାର ଦେବି । ଏହା ଘୋଷଣା କରିଛନ୍ତି ଚଣ୍ଡୀଗଡ ଜିରକପୁର ସଫ୍ଟୱେୟାର ଇଂଜିନିୟର ରମନଦୀପ ଗିଲ୍ । ଗତ ୧୦ ଦିନ ତଳେ ତାଙ୍କ ବିଲେଇ କେଉଁଆଡେ ହଜିଯାଇଛି ଯାହାକୁ ନେଇ ସେ ବେଶ୍ ଚିନ୍ତିତ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜାନୁୟାରୀ ୨୫ ତାରିଖରେ ସ୍ନୁପି ହଜିଯାଇଥିଲା । ଘରର ଦ୍ୱାର ଖୋଲା ରହିଥିବାରୁ ସ୍ନୁପି କେଉଁଆଡେ ଚାଲି ଯାଇଥିଲା । ରମନଦୀପ କହିଛନ୍ତି ସେ ସ୍ନୁପିକୁ ବହୁତ ଭଲ ପାଉଥିଲେ । ଏହି ବିଲେଇ ଏକ ବିଦେଶୀ ପାର୍ଶିଆନ ବ୍ରିଡ୍ ଥିଲା । ରମନଦୀପ କହିଛନ୍ତି ସେ ବଲିଉଡ୍ ସୋସାଇଟି ଏସେନସିଆ, ଗାଜିପୁର ରୋଡ୍‌ରେ ରୁହନ୍ତି । ୨୫ ତାରିଖରେ ତାଙ୍କ ମେଡ୍ ଘରକୁ ଆସିବା ସମୟରେ ଦ୍ୱାର ଖୋଲା କରି ଦେଇଥିଲା । ଏହି ସମୟରେ ତାଙ୍କ ବିଲେଇଟି ହଜି ଯାଇଥିଲା ।

ସେବେଠାରୁ ସେ ବିଲେଇକୁ ବହୁ ଯାଗାରେ ଖୋଜିଥିଲେ ମଧ୍ୟ କେଉଁଠି ପାଉନାହାନ୍ତି । ଏବେ ସେ ବିଲେଇ ଲାଗି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେ ଚାହୁଁଛନ୍ତି କେଉଁ ଉପାୟରେ ବି ତାଙ୍କୁ ତାଙ୍କ ସ୍ନୁପି ମିଳିଯାଉ । ଏଠାରେ ସୂଚାଇ ଦିଆଯାଇପାରେ କି ଏହି ପାର୍ସିଆନ ବିଲେଇର ଦାମ୍ ବଜାରରେ ୧୫ ହଜାର ଟଙ୍କା ରହିଛି ।

Get real time updates directly on you device, subscribe now.