fbpx

କାହିଁକି ଆଜି ନିଦରୁ ଉଠିଲେନି ବିକ୍ରମ ଓ ପ୍ରଜ୍ଞାନ, ଇସ୍ରୋର ବୈଜ୍ଞାନିକ କଲେ ବଡ ଖୁଲାସା

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଚନ୍ଦ୍ରରେ ଶୋଇ ଯାଇଥିବା ବିକ୍ରମ ଓ ପ୍ରଜ୍ଞାନ ଏବେ ଆହୁରି କିଛି ସମୟ ଲାଗି ଆରାମ କରିବେ । ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନକୁ ନିଦରୁ ଉଠାଇବାର କାର୍ଯ୍ୟକ୍ରମକୁ ଏକ ଦିନ ଲାଗି ଟାଳି ଦିଆଯାଇଛି । ଏହାର ଅର୍ଥ ବିକ୍ରମ ଓ ପ୍ରଜ୍ଞାନ ଆଜି ବି ନିଦରୁ ଉଠିବେ ନାହିଁ । କାଲି ଅର୍ଥାତ୍ ୨୩ ସେପ୍ଟେମ୍ବରରେ ଚନ୍ଦ୍ରଯାନ ୩ର ବିକ୍ରମ ଓ ପ୍ରଜ୍ଞାନକୁ ଉଠାଇବାର କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ ବିକ୍ରମ ଓ ପ୍ରଜ୍ଞାନ ୨୩ ଅଗଷ୍ଟରେ ଚନ୍ଦ୍ରପୃଷ୍ଠରେ ସେହି ସ୍ଥାନରେ ସଫଳତାପୂର୍ବକ ଅବତରଣ କରିଥିଲେ ଯାହା ଏବେ ଶିବ ଶକ୍ତି ପଏଣ୍ଟ ନାମରେ ପରିଚିତ । ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ବିଭିନ୍ନ ଅଧ୍ୟୟନ କରିବା ପରେ ଚଳିତ ମାସ ପ୍ରାରମ୍ଭରେ ଇସ୍ରୋ ପକ୍ଷରୁ ରୋଭର ଓ ଲ୍ୟାଣ୍ଡରକୁ ସ୍ଲିପ ମୋଡରେ ରଖାଯାଇଥିଲା । ୨ ସେପ୍ଟେମ୍ବରରେ ପ୍ରଜ୍ଞାନକୁ ଓ ୪ ସେପ୍ଟେମ୍ବରରେ ବିକ୍ରମକୁ ଶୁଆଇ ଦିଆଯାଇଥିଲା । ସେବେଠାରୁ ଉଭୟ ଚନ୍ଦ୍ରରେ ଗାଢ ନିଦରେ ଶୋଇଥିଲେ ।

ଇସ୍ରୋର ଅନ୍ତରୀକ୍ଷ ଅନୁପ୍ରୟୋଗ କେନ୍ଦ୍ର ନିର୍ଦ୍ଦେଶକ ନୀଲେଶ ଦେଶାଇ କହିଛନ୍ତି, ଆମେ ଲ୍ୟାଣ୍ଡର ଓ ରୋଭର ଉଭୟଙ୍କୁ ଏଇଥିପାଇଁ ସ୍ଲିପ୍ ମୋଡରେ ରଖିଥିଲୁ କି ଚନ୍ଦ୍ରରେ ତାପମାତ୍ର ଶୂନରୁ -୧୨୦-୨୦୦ଡିଗ୍ରୀ ସେଲସିୟସରୁ ତଳକୁ ଚାଲି ଯାଇଥିଲା । ୨୨ ସେପ୍ଟେମ୍ବରରେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ହୋଇଥିବାରୁ ସୌର ପ୍ୟାନେଲ ଓ ଅନ୍ୟ ଉପକରଣ ଚାର୍ଜ ହୋଇଯାଇଥିବା ନେଇ ଆଶା କରାଯାଇଥିଲା । ଏଣୁ ବିକ୍ରମ ଓ ପ୍ରଜ୍ଞାନକୁ ପୁନଶ୍ଚ ସକ୍ରିୟ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଲ୍ୟାଣ୍ଡର ଓ ରୋଭରକୁ ପର୍ଯ୍ୟାପ୍ତ ଏନର୍ଜି ମିଳି ପାରି ନଥିବାରୁ କାଲି ଉଭୟଙ୍କୁ ଜାଗ୍ରତ କରାଯିବାକୁ ଚେଷ୍ଟା କରାଯିବ ।

Get real time updates directly on you device, subscribe now.