fbpx

ରାକ୍ଷୀ ବାନ୍ଧିବା ସମୟରେ କରନ୍ତୁ ଏହି ମନ୍ତ୍ରର ଜପ : ବଢିବ ଭାଇର ଆୟୁଷ

ରାକ୍ଷୀ ପୂର୍ଣ୍ଣିମାକୁ ଭଉଣୀମାନେ ବହୁତ ଶ୍ରଦ୍ଧାର ସହ ପ୍ରତି ବର୍ଷ ଅପେକ୍ଷା କରିଥାନ୍ତି । ସନାତନ ଧର୍ମରେ ଏହି ରାକ୍ଷୀ ପୂର୍ଣ୍ଣିମା ଭାଇ,ଭଉଣୀର ପବିତ୍ର ସମ୍ପର୍କକୁ ଦର୍ଶାଇ ଥାଏ । ଏହି ଦିନ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘାୟୁ କାମନା କରେ । ଅନ୍ୟ ପକ୍ଷରେ ଭାଇମାନେ ତାଙ୍କ ଭଉଣୀକୁ ରକ୍ଷା କରିବା ପାଇଁ ପ୍ରତିଶ୍ରୃତି ଦିଅନ୍ତି । ଚଳିତ ବର୍ଷ ଭଦ୍ରା କାଳ ପଡୁଥିବାରୁ ଏଥର ରାକ୍ଷୀ ପୂର୍ଣ୍ଣିମା ୨ ଦିନ ପାଳନ ହେବ ୩୦ ଏବଂ ୩୧ ଅଗଷ୍ଟ ।

ଅଯୋଧ୍ୟା ମୁଖ୍ୟ ପୂଜାରୀ ସତେନ୍ଦ୍ର ଦାସଙ୍କ କହିବା ଅନୁସାରେ ଭଉଣୀ ରାକ୍ଷୀ ବାନ୍ଧିବା ସମୟରେ ପୂଜା ଥାଳିକୁ ଠିକ ଭାବରେ ସଜାଡିବା ଆବଶ୍ୟକ ଏଥିରେ ପୂଜା ଉପଯୋଗୀ ଜିନଷ ସବୁ ଠିକରେ ରଖିବା ଉଚିତ । ଏହା ଛଡା ରାକ୍ଷି ସବୁବେଳେ ଡାହାଣ ହାତରେ ବନ୍ଧା ଯାଏ । ଏହା ସହିତ ରାକ୍ଷି ବାନ୍ଧିବା ବେଳେ ମନ୍ତ୍ର ଉଚ୍ଚରଣ କରିବା ଦ୍ୱାରା ଭାଇର ଆୟୁଷ ବଢି ଥାଏ ।

ମନ୍ତ୍ରଟି ହେଉଛି :
‘ଓଁ ୟନ ବୁଦ୍ଧି ବଲି ରାଜା ଦାନବେନ୍ଦ୍ର ମହାବଲ :
ତେନ ତ୍ୱାବାମପି ବନ୍ଧନାମି ରକ୍ଷା ମା ଚଲ ମା ଚଲ,’

ମାନ୍ୟତା ଅନୁସାରେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଭାଇର ଦୀର୍ଘଆୟୁ ହେବା ସହିତ, ଜୀବନରେ ସୁଖ ଆସିଥାଏ । ରାକ୍ଷି ବାନ୍ଧିବା ସମୟରେ ଶୁଭ ସମୟ ଦେଖି ରାକ୍ଷି ବାନ୍ଧିବା ଆବଶ୍ୟକ । ତା’ଛଡା ଭାଇ ହାତରେ ରାକ୍ଷି ବାନ୍ଧିବା ପୂର୍ବରୁ ନିଜର ଇଷ୍ଟ ଦେବତାଙ୍କୁ ରାକ୍ଷି ବାନ୍ଧିବା ଉଚିତ । ଏହା ପରେ ପୂଜା ଥାଳିରେ ସମସ୍ତ ଜିନିଷ ରଖି ଭାଇକୁ ପୂଜା କରିବା ପରେ ତାହାର ଡାହାଣ ହାତରେ ରାକ୍ଷି ବାନ୍ଧିବା ଆବଶ୍ୟକ ।

Get real time updates directly on you device, subscribe now.