fbpx
BJD SKY
BJD SKY

ଛତିଶଗଡ଼ରେ ବଡ଼ ଧରଣର ଲାଲ୍ ବାହିନୀ ହମଲା

BJD

ଛତିଶଗଡ: ନକ୍ସଲ ମାନଙ୍କ ଆଡ୍ଡା ପାଲଟିଥିବା ଛତିଶଗଡ ସୀମାରେ ଆଜି ପୁଣି ବଡ଼ ଧରଣର ହମଲା ହୋଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ଏହି ହମଲା ହୋଇଛି । ତେବେ ଏହି ଆକ୍ରମଣରେ ୧୦୦୦ରୁ ଅଧିକ ନକ୍ସଲ ସାମିଲ ଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ଲୁହାପଥର ଖଣିରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କୁ ନକ୍ସଲ ମାନେ ନିଜ କବଜାକୁ ନେଇଛନ୍ତି । ସେମାନେ ଅତର୍କିତ ଭାବେ ଆକ୍ରମଣ କରି ଖଣିରେ ନିୟୋଜିତ ଥିବା ୪ଟି ଗାଡ଼ି ପୋଡି ଦେଇଥିବା ଖବର ମିଳିଛି । ବର୍ତ୍ତମାନ ଘଟଣା ସ୍ଥଳରେ ସୁରକ୍ଷା ବଳ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏନେଇ ନାରାୟଣପୁର ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.