fbpx

ଚିକେନ୍ ଖାଉଥିଲେ ହେବ ଭୟଙ୍କର ରୋଗ, ମେଡିସିନ୍ ବି କାମ ଦେବ ନାହିଁ

ନୂଆଦିଲ୍ଲୀ:ଆମିଷ ପ୍ରିୟ ଲୋକମାନେ ପ୍ରାୟ ଚିକେନ୍ ଖାଇବାକୁ ଭଲ ପାଆନ୍ତି । ବିଶେଷ କରି ଛୋଟ ପିଲାମାନେ ବେଶୀ ମାତ୍ରାରେ ଚିକେନ ପ୍ରିୟ । ଯେତେବେଳେ ଏହି ଚିକେନ୍ ଆମ ଶରୀରକୁ ଯାଇଥାଏ ସେତେବେଳେ ବହୁ ଆଣ୍ଟିବାଓଟିକ୍ସକୁ ଶରୀରରେ ପରିବର୍ତ୍ତିତ କରି ଦେଇଥାଏ । ଫଳରେ ଆମ ଶରୀରରେ ସମୟ ସହିତ ଆଣ୍ଟିବାଓଟିକ୍ସକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ଏବଂ ଏହି ଆଣ୍ଟିବାଓଟିକ୍ ଶରୀରରେ କାମ କରିବା ବନ୍ଦ କରି ଦେଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ କହିଛି ଚିକେନ୍ ଦୁନିଆର ସବୁଠାରୁ ଭୟଙ୍କର ୧୦ ରୋଗ ମଧ୍ୟରୁ ଗୋଟିଏର କାରଣ ହୋଇପାରେ । ହୁ କହିଛି ଚିକେନ୍ ଖାଇବା ଦ୍ୱାରା ଲୋକମାନେ ଦ୍ରୁତ ଗତିରେ ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସର ଶିକାର ହୋଇଯାଆନ୍ତି । ଏହି କାରଣରୁ ଆଣ୍ଟିବାୟୋଟିକ୍ସ, ଆଣ୍ଟି ଭାଇରାଲ୍, ଆଣ୍ଟି ଫଙ୍ଗଲ ଓ ଆଣ୍ଟିପାରାସିଟିକ୍ସ ମେଡିସନ୍ ର ପ୍ରଭାବ ବହୁ ମାତ୍ରାରେ କମିଯାଏ । ଏହାଦ୍ୱାରା ଗମ୍ଭୀର ରୋଗର ଚିକିତ୍ସା ବହୁତ ମୁସ୍କିଲ ହୋଇଯାଏ । ତେବେ ଚିକେନ୍ ରୋଗର କାରଣ କାହିଁକି ପାଲଟିଯାଏ ଆସନ୍ତୁ ଜାଣିବା ।

ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେଉଁ ଚିକେନ୍ ରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ ଭରପୁର ମାତ୍ରାରେ ରହିଛି ତାହା କେମିତି ରୋଗର କାରଣ ପାଲଟୁଛି । ଆଜିକାଲି କୁକୁଡା ଫାର୍ମରେ ଚିକେନ୍ କୁ ଭଲ ଓ ସ୍ୱାସ୍ଥ୍ୟପ୍ରଦ କରିବା ଲାଗି ଏମାନଙ୍କୁ ଅଧିକ ମାତ୍ରାରେ ଆଣ୍ଟି ବାୟୋଟିକ୍ ମେଡିସିନ୍ ଦିଆଯାଉଛି । ଏହାଦ୍ୱାରା ଚିକେନ୍ ଶରୀରରେ ବହୁ ମାତ୍ରାରେ ଆଣ୍ଟିବାଓଟିକ୍ ଜମା ହୋଇଯାଉଛି । ଯେତେବେଳେ ଏହାକୁ ନେଇ ବ୍ୟକ୍ତି ଖାଇଥାଏ ସେତେବେଳେ ଏହାର ପ୍ରଭାବ ତା ଶରୀର ଉପରେ ପଡୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଯେତେବେଳ ଏହି ଚିକେନ୍ ଶରୀର ମଧ୍ୟକୁ ଯାଇଥାଏ ସେତେବେଳେ ଏହା ଶରୀର ମଧ୍ୟରେ ବହୁ ଆଣ୍ଟିବାଓଟିକକୁ ପରିବର୍ତ୍ତିତ କରି ଦେଇଥାଏ । ଯଦ୍ଦ୍ୱାରା ଶରୀରରେ ସମୟ ସହିତ ଆଣ୍ଟିବାଓଟିକକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ଓ ଆଣ୍ଟିବାଓଟିକ୍ ମେଡିସିନ୍ ଶରୀରରେ କାମ କରିବା ବନ୍ଦ କରି ଦେଇଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ ଚିକେନ୍ ଖାଇବା ଦ୍ୱାରା ଏମଏମଆର୍ ଅର୍ଥାତ୍ ଆଣ୍ଟି ମାଇକ୍ରୋବାୟଲ ରେଜିଷ୍ଟାନ୍ସ ହୋଇଥାଏ । ଏହା ଦ୍ୱାରା ଶରୀରର ଆଣ୍ଟିବାଓଟିକ୍ କିଛି ସମୟ ଭିତରେ ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସ ସ୍ଥିତିକୁ ଆସିଯାଏ । ଫଳରେ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ସଂକ୍ରମଣ ହେବାରେ ଲାଗିଥାଏ । ଏହାର ଚିକିତ୍ସା ବହୁତ ମୁସ୍କିଲ ହୋଇପାରେ । ହୁ ଏହି ଏମଏମଆର୍ କୁ ଦୁନିଆର ସବୁଠାରୁ ଭୟଙ୍କର ୧୦ ରୋଗ ମଧ୍ୟରୁ ଗୋଟିଏ ବୋଲି କହିଛି ।

Get real time updates directly on you device, subscribe now.