fbpx

ମୁଖ୍ୟମନ୍ତ୍ରୀ ଡକାଇଲେ ବୈଠକ, ଏହି ଜିଲ୍ଲାଗୁଡିକରେ ଲାଗିପାରେ ଲକଡାଉନ୍‌!

ଜୟପୁର,୧୮ ।୪: ଧିରେ ଧିରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜସ୍ଥାନରେ ବଢୁଥିବା ମାମଲାକୁ ନେଇ ଚିନ୍ତାରେ ଅଛନ୍ତି ଅଶୋକ ଗେହଲଟ୍ ସରକାର । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଭବନରେ ୧୨.୩୦ରୁ ଚାଲିଛି କ୍ୟାବିନେଟ୍ ବୈଠକ । ଏହି ବୈଠକରେ ରାଜ୍ୟ ସରକାର ଆହୁରି କଠୋର ପଦକ୍ଷେପ ନେଇପାରନ୍ତି । ଆଶା କରାଯାଉଛି ଯେ, ଅଧିକ ସଂକ୍ରମିତ ୪-୫ ଜିଲ୍ଲାରେ ୧୫ ଦିନ ପାଇଁ ଲକଡାଉନ୍ ଲାଗୁହୋଇପାରେ । ଏହି ଜିଲ୍ଲା ମଧ୍ୟରେ ଜୟପୁର, ଯୋଧପୁର, ଉଦୟପୁର, ବିକାନେର, କୋଟା ଇତ୍ୟାଦି ନାଁ ସାମିଲ ରହିଛି ।

ତେବେ ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଶନିବାର ଦିନ ରାଜ୍ୟରେ ୯୦୪୬ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୭ ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏନେଇ ଶନିବାର ବାସଭବନରେ ପ୍ରାୟ ୩ ଘଣ୍ଟା ସମୀକ୍ଷା କରିଥିଲେ । ଏହି ବୈଠକରେ ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି, ଯାହା ଉପରେ ରାଜ୍ୟ ସରକାର ଆଜିର ବୈଠକରେ ନିଷ୍ପତ୍ତି ନେବେ ।

ଯଦି ଆମେ ରାଜସ୍ଥାନର ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ବିଷୟରେ ଆଲୋଚନା କରିବା, ତେବେ ଜୟପୁର, ଯୋଧପୁର, କୋଟା, ଉଦୟପୁର, ବିକାନେର, ଅଜମେର, ଅଲୱାର ଏବଂ ଭିଲୱାଡା ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଏହି କେତେକ ଜିଲ୍ଲା ପାଇଁ ଲକଡାଉନ୍ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.