fbpx

ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ: ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍… କମିବ ଦୁର୍ଘଟଣା?

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଓଡ଼ିଶାବାସୀଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀକୁ ଏବେ ୬ଟି ଲେନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସର୍ଭିସ ରୋଡ୍ ସହିତ ୬ ଲେନ୍ ବିଶିଷ୍ଟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏଥିପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବାକୁ ମିଳିଛି ।

ସେହିପରି ଚଣ୍ଡିଖୋଲରୁ ବଡ଼ବିଲ ରାସ୍ତା ମଧ୍ୟ ୮ ଲେନ୍ ବିଶିଷ୍ଟ କରାଯିବ । ଏହାବ୍ୟତୀତ ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍ ବିଶିଷ୍ଟ ରୋଡ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟ ପକ୍ଷରେ କେସିଙ୍ଗା-ଜୁନାଗଡ଼ ରାସ୍ତାର ମଧ୍ୟ ପୁନରୁଦ୍ଧାର କରାଯିବ । ଏହି ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ତରପରୁ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି ମିଳିଛି । ସେତୁବନ୍ଧ ଯୋଜନାରେ ୨୫୦ କୋଟି ଅନୁଦାନ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସର୍ବମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Get real time updates directly on you device, subscribe now.