fbpx

ଜଳ ସମ୍ପଦ ବିଭାଗର ୪ଟି ଅନଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯/୧୧(ଓଡ଼ିଶା ଭାସ୍କର): ଜଳ ସମ୍ପଦ ବିଭାଗର ୪ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀ ଓ ବିଭାଗକୁ ଏକାଠି କରିଛି ୫ ଟି କାର୍ଯ୍ୟକ୍ରମ। ଏବେ ମୋବାଇଲରେ ହେବ ଜଳସେଚନ ସମସ୍ୟାର ସମାଧାନ। ଚାଷୀ ମୋବାଇଲରେ ଫଟୋ, ଭିଡିଓ ପଠାଇଲେ ସମାଧାନ ହୋଇପାରିବ।ଶିଳ୍ପ ସଂସ୍ଥାକୁ ଜଳ, ବ୍ୟବସାୟ ଓ ଅନ୍ୟନ ସଂସ୍ଥା ପାଇଁ ବି ଆବେଦନର ବ୍ୟବସ୍ଥା ରହିଛି।

ଏହା ସହ ଅନଲାଇନ ଅଭିଯୋଗ ପରିଚାଳନ ବ୍ୟବସ୍ଥା ‘ ସେଚ ସମାଧାନ ‘ର ଶୁଭାରମ୍ଭ ହୋଇଛି। ଗୋଷ୍ଠୀ ଉଠ ଜଳସେଚନ ପ୍ରକଳ୍ପ ପାଇଁ ଅନଲାଇନ ଆବେଦନର ଶୁଭାରମ୍ଭ ହୋଇଛି। ଶିଳ୍ପ ସଂସ୍ଥା ପାଇଁ ଜଳ ଆବଣ୍ଟନ ଆବେଦନ ପ୍ରକ୍ରିୟା ର ଶୁଭାରମ୍ଭ ହୋଇଛି। ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲର ଶୁଭାରମ୍ଭ ହୋଇଛି।

Get real time updates directly on you device, subscribe now.