fbpx
BSKY
BJD SHG SKY
BJD YOUTH SKY

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପୂର୍ବରୁ ଆଜି ସନ୍ଧ୍ୟାରେ ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତାକାଲିଠୁ ବା ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଏହି ସମ୍ମିଳନୀରେ ମୋଟ ୧୭ଟି ସେସନ୍ ରହିଥିବା ଜଣାପଡିଛି। ସେହିପରି ଉଦଘାଟନୀ ଦିବସରେ ଜଗନ୍ନାଥ୍ ସଂସ୍କୃତି ଉପରେ ସ୍ୱତନ୍ତ୍ର ଅଧିବେସନ ରହିଛି। ତେବେ ଦେଶ ବିଦେଶରୁ ୧୦୦ ରୁ ଅଧିକ ଭାଷାବିତ୍ ଯୋଗ ଦେଇ ସେମାନଙ୍କର ମତ ରଖିବେ। ଏହା ପରେ ସମସ୍ତଙ୍କ ମତକୁ ଆଧାର କରି ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରିବେ ସରକାର। ଅନ୍ୟପଟେ ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମ୍ମିଳନୀ ଆରମ୍ଭ ପୂର୍ବରୁ ଆଜି ସନ୍ଧ୍ୟାରେ ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ଏଠାରେ କହି ରଖୁଛୁ ଯେ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟବାସୀ ବେଶ ଉତ୍ସାହିତ ରହିଛନ୍ତି। ଏହି ଅବସରରେ ଆସନ୍ତାକାଲି ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ କରାଯାଇଛି। ୩ ତାରିଖ ସକାଳ ୧୧ ଟା ୩୦ରେ ଗାଇବାକୁ ଅପିଲରେ କୁହାଯାଇଛି। ସେହିପରି ସମ୍ମିଳନୀକୁ ସ୍ମରଣୀୟ ନିମନ୍ତେ ବିଶେଷ ବ୍ୟକ୍ତିବିଶେଷ ସମ୍ମାନିତ ହେବ। ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ। ଏହା ସହ ଏହି ଦିନ ସବୁ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ସେପଟେ ବ୍ଲକ ସ୍ତରୀୟ ମଧ୍ୟ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯିବ। ତେବେ ସାରା ରାଜ୍ୟରେ ଲୋକ ଏହି ସମ୍ମିଳନୀର ସିଧା ପ୍ରସାରଣ ଦେଖିପାରିବେ। ଏନେଇ ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ ବ୍ୟବସ୍ଥା ହୋଇଛି। ସ୍ଵଂୟ ସହାୟକ ମହିଳା ଏଥିରେ ସାମିଲ ହେବେ।

Get real time updates directly on you device, subscribe now.