ଓଡ଼ିଶା ଭାସ୍କର: ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ ରଖାଯାଇଛି । ଏହି ଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ, ପରବର୍ତ୍ତଜନ ଶୁଣାଣି ଶିବିରରେଗ୍ରହଣ କରାଯିବ ବୋଲି ଜଣା ପଡ଼ିଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶଥାଉ ଯେ, ସେପ୍ଟେମ୍ବର ୮ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରାହେବାକୁ ଥିବା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଅନିବାର୍ଯ୍ୟକାରଣବଶତଃ ସ୍ଥଗିତରହିବ। ୟୁନିଟ-୨, ଅଶୋକନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ, ପରବର୍ତ୍ତୀ ଜନ ଶୁଣାଣି ଶିବିରରେ ଗ୍ରହଣକରାଯିବ।
ପରବର୍ତ୍ତୀ ଜନ ଶୁଣାଣିର ସମୟ ଓ ତାରିଖ ଜନସାଧାରଣଙ୍କ ଅବଗତିନିମନ୍ତେବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦେଇଛି । ଏହାସହ ପଠାଣି ରାଉତ ଲୋକସମ୍ପର୍କ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିକୁ ନେଇ ତମାମ ସୂଚନା ମଧ୍ଯ ପ୍ରଦାନ କରିଛନ୍ତି ।