fbpx

ଅଧିକ ସମୟ ସ୍ମାର୍ଟଫୋନ ଚଲାଇବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

AAKASH

ଆଜିକାଲି ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକଟ୍ରୋନିକ ଗ୍ୟାଜେଟ ପିଲାଠୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ପାଲଟିଯାଇଛି । ତେବେ ବଡ଼ ଲୋକଙ୍କ ଛଡ଼ା ପିଲାମାନେ ମଧ୍ୟ ସେମାନଙ୍କ ଅନେକ ଘଣ୍ଟା ଫୋନରେ ବିତାଉଛନ୍ତି । ଏପରିକି ଅନେକ ପିଲା ଏବଂ ବୟସ୍କ ଅଛନ୍ତି ଯେଉଁମାନେ କିଛି ସମୟ ପାଇଁ ଫୋନ ବ୍ୟବହାର ନକଲେ ଅସ୍ଥିର ହୋଇଯାଆନ୍ତି । ଫୋନ ବିନା କିଛି ସମୟ ବିତାଇବା ସେମାନଙ୍କ ପାଇଁ ବେଶ କଷ୍ଟକର ହୋଇପଡ଼େ ।

ଏକ ସର୍ଭେରୁ ଜଣାପଡ଼ିଛି ଯେ ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ଜଣେ ମାନସିକ ସ୍ତରରେ ଅସୁସ୍ଥ ହବାର ସମ୍ଭାବନା ରହିଛି। ତେବେ ଯେଉଁମାନେ ଦିନକୁ ଚାରି ଘଣ୍ଟାରୁ ଅଧିକ ସମୟ ଫୋନ୍ ବ୍ୟବହାର କରନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ପିଲାମାନଙ୍କ କ୍ଷେତ୍ରରେ ଏହାର ଆଶଙ୍କା ବଢ଼ିଥାଏ । ତେଣୁ ପିଲାମାନେ ଏହାର କମ ବ୍ୟବହାର କରିବା ଉଚିତ । ତେବେ ଅଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିଥାଏ ଆସନ୍ତୁ ଜାଣିବା ।

ରିସର୍ଚ୍ଚ ଅନୁଯାୟୀ, ଗତ କିଛି ବର୍ଷ ଭିତରେ ଯୁବକମାନଙ୍କ ମଧ୍ୟରେ, ବିଶେଷକରି ନାବାଳକ ଏବଂ କିଶୋରମାନଙ୍କ ମଧ୍ୟରେ ମୋବାଇଲ୍ ଫୋନ୍ ପାଇଁ କ୍ରେଜ୍ ଯଥେଷ୍ଟ ବୃଦ୍ଧି ପାଇଛି। ଯାହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏହା ସହିତ, ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ରହିଛି ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥାକୁ ବିଗାଡ଼ିବାରେ ଲାଗିଛି ।
ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ସ୍ମାର୍ଟଫୋନର ଅନେକ ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିଛି ।

୧. ଅନିଦ୍ରା ଏବଂ ଶୋଇବା ସମ୍ବନ୍ଧୀୟ ସମସ୍ୟା
୨. ଆଖି ସମ୍ବନ୍ଧୀୟ ସମସ୍ୟା
୩. ମସ୍କୁଲାର-ସ୍କେଲେଟାଲ୍ ଡିସଅର୍ଡର୍

ତେବେ ଏ ନେଇ କୋରିଆର ହାନିଆଙ୍ଗ ୟୁନିଭରସିଟି ମେଡିକାଲ୍ ସେଣ୍ଟରର ଏକ ଟିମ ଦ୍ୱାରା ହୋଇଥିବା ଅଧ୍ୟୟନରେ ୫୦,୦୦୦ ରୁ ଅଧିକ ନାବାଳକଙ୍କର ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା। ଏହି ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ୪ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ପିଲାମାନଙ୍କର ଚାପ ସମସ୍ୟା ଅଧିକ ରହିଥାଏ । ଏପରି ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟାର ଚିନ୍ତା ମଧ୍ୟ ରହିଥାଏ । ସ୍ମାର୍ଟଫୋନ୍ ନିଶା ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ । ତେବେ ପ୍ରତିଦିନ ୧ ରୁ ୨ ଘଣ୍ଟା ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା କମ ଦେଖାଯାଇଥାଏ ।

Get real time updates directly on you device, subscribe now.