fbpx
BSKY
BJD SHG SKY
BJD MC SKY

୧୧ ମାସର ଶିଶୁକୁ ଟବରେ ବସାଇ ଦେଇ ଫୋନରେ ବ୍ୟସ୍ତ ରହିଥିଲେ ବାପା, ଏହି ସମୟରେ ୪ ବର୍ଷର ପୁଅ ଖୋଲିଦେଲା ଟ୍ୟାପ୍, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଜଣେ ପିତାଙ୍କର ଖାମଖିଆଲି ମନୋବୃତ୍ତି କାରଣରୁ ଜଣେ ଶିଶୁର ମୃତ୍ୟୁ ଘଟିଛି । ପିତାଜଣକ ନିଜ ୧୧ ମାସର ଶିଶୁକୁ ଟବରେ ବସାଇ ଦେଇ ଫୋନରେ ମଜ୍ଜି ରହିଥିଲେ । ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କର ୪ ବର୍ଷର ପୁଅ ଟ୍ୟାପକୁ ଖୋଲି ଦେଇଥିଲା । ଫଳରେ ଶିଶୁଟି ଟବ ଭିତରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ହରିୟାଣାର ଜିନ୍ଦ ଜିଲ୍ଲାରେ ଏହି ଘଟଣାଟି ଘଟିଥିବା ଜଣାପଡ଼ିଛି । ଇମ୍ପାଇଜ କଲୋନୀରେ ରହୁଥିବା ବିକ୍ରମ ନିଜର ଶିଶୁକୁ ବାଥ ଟବରେ ବସାଇବା ପରେ ତାଙ୍କର ଫୋନ ଆସିବାରୁ ସେ ସେଠାରୁ ଦୂରକୁ ଚାଲିଯାଇଥିଲେ । ଏହି ସମୟରେ ବିକ୍ରମଙ୍କର ୪ ବର୍ଷର ପୁଅ ଟବ ପାଖରେ ପହଞ୍ଚି ଟ୍ୟାପକୁ ଖୋଲି ଦେଇଥିଲା । ଫଳରେ ଶିଶୁଟି ପାଣିରେ ବୁଡ଼ିଯାଇଥିଲା । ଏହି ଘଟଣାର ୧୫ରୁ ୨୦ ମିନିଟ ପରେ ଶିଶୁଟିର ମାଆ ଟବ ନିକଟକୁ ଯାଇ ଶିଶୁକୁ ପାଣିରୁ ଉଠାଇ ହସ୍ପିଟାଲ ନେଇଥିଲେ । ମାତ୍ର ଡାକ୍ତର ଶିଶୁକୁ ମୃତ ଘୋଷିତ କରିଥିଲେ । ଜଣେ ପିତା ନିଜର ଖାମଖିଆଲି ମନୋବୃତ୍ତି ଯୋଗୁଁ ନିଜର ଶିଶୁକୁ ହରାଇଛନ୍ତି । ଏହି ଘଟଣାକୁ ନେଇ ବିକ୍ରମଙ୍କ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.