fbpx
BJD
BJD SKY
BJD SKY

ଛୋଟ ପିଲାମାନେ ଦିନକୁ କେବଳ ଦୁଇଘଣ୍ଟା ସ୍ମାର୍ଟଫୋନ ବ୍ୟବହାର କରିପାରିବେ: ଆସିବ ନୂଆ ନିୟମ

ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିବା ବେଳେ ଅଧିକାଂଶ କାର୍ଯ୍ୟ ଏହା ମାଧ୍ୟମରେ କରିବା ସମ୍ଭବପାର ହୋଇପାରୁଛି । ତେବେ ଦିନକୁ ଛୋଟ ପିଲାମାନେ ଅତ୍ୟାଧିକ ମାତ୍ରାରେ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଦେଖାଯାଉଛି । ଫଳରେ ଏହାର କୁପ୍ରଭାବ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିବା ସହିତ ପାଠପଢ଼ା ମଧ୍ୟ ବ୍ୟାଘାତ ହେଉଛି । ତେବେ ଛୋଟପିଲାଙ୍କ ସ୍ମାର୍ଟଫୋନ ଅଭ୍ୟାସ ଏବେ ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି ।

ତେଣୁ ଚୀନ ସରକାର ଛୋଟ ପିଲାଙ୍କ ସ୍ମାର୍ଟଫୋନ ଅଭ୍ୟାସକୁ ଦୂର କରିବା ପାଇଁ ଆଇନ ଲାଗୁ କରିବାକୁ ଯାଉଛନ୍ତି । ଚୀନର ସାଇବର ସ୍ପେଶ ରେଗୁଲେଟର (ସିଏସି) ପକ୍ଷରୁ କୁହାଯାଇଛି, ଛୋଟ ପିଲାଙ୍କ ସ୍ମାର୍ଟଫୋନ ବ୍ୟବହାର କରିବାର ସମୟସୀମା ନିର୍ଦ୍ଧାରିତ ହେବା ଦରକାର । ପିଲାଙ୍କୁ ସର୍ବାଧିକ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫୋନ ବ୍ୟବହାର କରିବା ନେଇ ପ୍ରସ୍ତାବ ଦିଆଯାଇଛି । ଦିନକୁ ଦିନ ଛୋଟ ପିଲାଙ୍କ ଠାରେ ମୋବାଇଲ ନିଶା ବଢ଼ିବାରେ ଲାଗିଛି । ତେଣୁ ଦିନକୁ କେବଳ ଦୁଇ ଘଣ୍ଟା ଫୋନ ବ୍ୟବହାର କରିବାକୁ ଅନୁମତି ମିଳିବ । ଏହାଫଳରେ ପିଲାମାନେ ସୁସ୍ଥ ରହିବା ସହିତ ଅଯଥାରେ ସେମାନଙ୍କର ସମୟ ଅପଚୟ ହେବ ନାହିଁ ।

ସିଏସିର ପ୍ରସ୍ତାବ ମୁତାବକ, ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କୁ ମୋବାଇଲ ବ୍ୟବହାର ପାଇଁ ଦିନକୁ ଦୁଇଘଣ୍ଟା ସମୟ ଦିଆଯିବ । ସେହିପରି ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଏକ ଘଣ୍ଟା ଓ ୮ ବର୍ଷରୁ କମ୍ ବୟସର ପିଲାଙ୍କୁ କେବଳ ୮ ମିନିଟ୍ ପାଇଁ ସମୟ ଦିଆଯିବ । ତେବେ ଏହି ସମୟସୀମା ସ୍ଥିର କରିବାର ଅଧିକାର ପିଲାମାନଙ୍କର ଅଭିଭାବକଙ୍କୁ ଦିଆଯିବା ଆବଶ୍ୟକ ବୋଲି ସିଏସି ପକ୍ଷରୁ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ କୁହାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ନିୟମ ଲାଗୁ ହେଲେ କ୍ଷତି ସହିବାର ଆଶଙ୍କା କରି ଇଣ୍ଟରନେଟ ଓ ଟେକ କମ୍ପାନୀମାନେ ଏବେ ଚିନ୍ତରେ ପଡ଼ିଯାଇଛନ୍ତି ।

Get real time updates directly on you device, subscribe now.